ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଜଡିଚାତର ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଅତିଥି ଭାବେ ଯୋଗ ଦେଇ ଏକ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ତେବେ ୩ କୋଟି ୬୫ ଲକ୍ଷ ୪୬ ହଜାର ୬୩୮ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ୮ କିଲୋମିଟର ରାସ୍ତା ଜଡିଚାତର ଠାରୁ ଚାଖୁଣ୍ଡାପାଳ ଦେଇ ମହିଷାମଣ୍ଡି ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଯାଉଛି । ଅଞ୍ଚଳ ବାସୀଙ୍କ ଦୀର୍ଘଦିନର ଦାବି ପରେ ଏହି ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ ହୋଇ ରାସ୍ତା ନିର୍ମାଣ ହେବ । ଏହି କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ , ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବାନନ୍ଦ ପୃଷ୍ଟି, ସମାଜସେବୀ କାନ୍ତାମନକା ସିଂହ, ଚାକୁଣ୍ଡାପାଳ ସରପଞ୍ଚ କଇଁତା ନାୟକ , କଣ୍ଟିଆପଡା ସରପଞ୍ଚ ଚକ୍ରଧର ନାୟକ ଓ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ ପ୍ରମୁଖ ସାମିଲ ରହିଥିଲେ । ଏହାସହିତ ବିଭାଗୀୟ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave a comment