ଭୁବନେଶ୍ୱର କୁ ସବୁଜ କରିବାକୁ ବିଜେବି ଫ୍ରେଣ୍ଡସ ତରଫରୁ ବୃକ୍ଷରୋପଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ର ପ୍ରାକ୍ତନ ଛାତ୍ରସଙ୍ଘ ବିଜେବି ଫ୍ରେଣ୍ଡସ ତରଫରୁ କଲେଜ ପରିସରରେ ପବିତ୍ର ରାଖୀପୂର୍ଣ୍ଣିମାଦିନ ବ୍ୟାପକ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସତୁରୀଦଶକରେ ବିଜେବି କଲେଜ ଥିଲା ଏକ ସମ୍ଭ୍ରାନ୍ତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱର ସହର ଏକ ବନ୍ଧୁତ୍ୱର ସହର ।
ଏହି ଭାବଧାରାକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର କୁ ସବୁଜ, ସୁନ୍ଦର ଓ ନିର୍ମଳ ସହରରେ ପରିଣତ କରିବା ପାଇଁ ବିଦ୍ୟାର୍ଥୀ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ “ସ୍ବେଚ୍ଛାକୃତ ବୃକ୍ଷ ରୋପଣର ଆନ୍ଦୋଳନ” ର ବାର୍ତ୍ତା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ସଚେତନତା ସୁଷ୍ଟି କରିବା ସହ ଆଗାମୀ ଦିନରେ ବହୁ ଶିକ୍ଷା ଅନୁଷ୍ଠାନ ଗୁଡିକ ଆଗେଇ ଆସିବାକୁ ମୁଖ୍ୟ ଉପଦେଷ୍ଟା ଡାକ୍ତର ଜଗନ୍ନାଥ ମହାପାତ୍ର ଆହ୍ୱାନ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ବିଜେବି କଲେଜର ଅଧ୍ୟକ୍ଷ ଡ଼. ସୁରେନ୍ଦ୍ରନାଥ ସ୍ୱାଇଁ, କୃଷ୍ଣଚନ୍ଦ୍ର ପାତ୍ର, ସମ୍ପାଦକ ଇଂ ସତ୍ୟବ୍ରତ ଧୂପଲ, ଉପସଭାପତି ରାଜକିଶୋର ଚୌଧୁରୀ, ଇଂ ଅସୀମାନନ୍ଦ ମହାନ୍ତି, କେଦାର ପଟ୍ଟନାୟକ, ଭାବନୀ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱନାଥ ମହାନ୍ତି, ଯୁଗ୍ମ ସଂପାଦକ ଧୀରେନ୍ଦ୍ର ପାଣିଗ୍ରାହୀ, ପି ରାଓ ଓ ପ୍ରଗତିରଞ୍ଜନ ମହାନ୍ତି । ବିଜେବି କଲେଜର ଏନ ଏସ ଏସ ଉଙ୍ଗସ ମୁଖ୍ୟ ଡାକ୍ତର ପ୍ରେମାନଦ ମହାପାତ୍ର ଡାକ୍ତର ପ୍ରଣତି ଦାସ ଓ କର୍ମକର୍ତ୍ତା ସହଯୋଗ କରିବା ସହ ଅନ୍ୟାନ୍ୟ କର୍ମକର୍ତ୍ତା ମନେ ଉପସ୍ଥିତ ଥିଲେ ।