ଚୀନରେ ବିମାନ ଦୁର୍ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଜିନପିଙ୍ଗ୍ ଙ୍କ ନିର୍ଦ୍ଦେଶ

0

ବେଜିଂ: ଚୀନରେ ସୋମବାର ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭ ଯାତ୍ରୀବାହୀ ବିମାନ ଗୁଆଙ୍ଗ୍ସି ଅଞ୍ଚଳରେ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁନମିଙ୍ଗରୁ ଗୁଆଙ୍ଗ୍ଝୁ ଯାଉଥିବା ଏହି ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ।
ଦୁର୍ଘଟଣାରେ ସମସ୍ତ ୧୩୨ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସିପାରି ନାହିଁ। ବିମାନ ଦୁର୍ଘଟଣାରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୋଇଂ ୭୩୭ ବିମାନଟି ଆଜି ଚୀନର ଉନ୍ନାନ ରାଜ୍ୟର ରାଜଧାନୀ କୁନମିଙ୍ଗରୁ ଉଡ଼ାଣ ଭରିଥିଲା। ହେଲେ ହଠାତ୍ ପାହାଡ଼ରେ ପିଟି ହୋଇଯିବାରୁ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପାହାଡ଼ ବି ଜଳି ଉଠିଥିଲା। ଏଥିରେ କୌଣସି ଯାତ୍ରୀଙ୍କ ସୁରକ୍ଷିତ ରହିବା ମୁସ୍କିଲ ବୋଲି ଚୀନ ମିଡିଆ ପକ୍ଷରୁ ସୂଚନା ମିଳିଛି।

Leave a comment