ପିପିଲି ଗଣ ବଳାତ୍କାର ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

0

ଓଡିଶା ଫାଷ୍ଟ(ବ୍ୟୁରୋ): ୨୦୧୧ ରେ ପିପିଲି ସ୍ଥିତ
ଅର୍ଜୁନଗୋଦା ଗ୍ରାମର ଜନୈକା ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ପ୍ରମାଣ ଅଭାବରୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ନିର୍ଦ୍ଦୋଷ ଘୋଷଣା କରିଛନ୍ତି । ଏହି ଘଟଣାର ମୋଟ ୭୬ ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା । ସେହିପରି ଅଭିଯୁକ୍ତଦ୍ବୟଙ୍କ ଲାଏ ଡିଟେକସନ ଟେଷ୍ଟ ସହ କଲ ଡିଟେକସନ ଓ ଏକ୍ସଟ୍ରା ଜୁଡିସିଆଲ୍‌ କନ୍‌ଫେସନ୍‌ ସହିତ ପାରିପାର୍ଶିକ ପ୍ରମାଣ ଯୋଗାଡ଼ କରିଥିଲା ପୁଲିସ । ତେବେ ଘଟଣାର କେହି ପ୍ରତକ୍ଷ୍ୟଦର୍ଶୀ ନରହିବା ଓ ପାରିପାର୍ଶିକ ପ୍ରମାଣକୁ ବଳିଷ୍ଠ ଭାବେ ଉପସ୍ଥାପନ କରିବାରେ ବିଫଳତା ହେତୁ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରାଯାଇପାରିନାହିଁ ।

ସୂଚନାଯୋଗ୍ୟ, ୭ବର୍ଷ ତଳେ ଅର୍ଜୁନଗୋଦା ଗ୍ରାମର ଜନୈକା ଯୁବତୀଙ୍କୁ ୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଅର୍ଜୁନଗଦା ନିକଟ ବିଲ ଭିତରୁ ପୀଡିତାକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଦୁଷ୍କର୍ମ ସହ ହତ୍ୟା ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ୨୦୧୨ ଜୁନ ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ପିପିଲି ଥାନା ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । 

Leave a comment