ଆଜି ଦେଖାଯିବନି ଗୋଲାପୀ ଜହ୍ନ

0

ଭୁବନେଶ୍ୱର : ଆଜି (ଏପ୍ରିଲ୍ ୧୬ ତାରିଖ ଶନିବାର ଦିନ) ପୂର୍ଣ୍ଣିମା ରାତିର ଆକାଶରେ ଗୋଲାପୀ ଜହ୍ନ ଚମକିବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଉକ୍ତ ରାତିରେ ଦୃଶ୍ୟମାନ ହେବାକୁ ଥିବା ଜହ୍ନର ରଙ୍ଗ ଗୋଲାପୀ ଦେଖାଯିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ସୋସିଆଲ୍ ମିଡିଆରେ ଗୋଲାପୀ ଜହ୍ନ ଦୃଶ୍ୟମାନ ହେବା ନେଇ ଯେଉଁ ତଥ୍ୟ ପ୍ରକାଶ ପାଉଛି ସେଥିରେ ସତ୍ୟତା ନଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହା କେବଳ ଏକ ନାମକରଣ ଯାହାକି ଉତ୍ତର ଆମେରିକାର ଅଧିବାସୀ ମାନେ ଏପ୍ରିଲ୍ ମାସର ପୂର୍ବ ଚନ୍ଦ୍ରକୁ ଏପରି ନାମକରଣ କରିଥିଲେ । ଯାହା ଏବେ ମଧ୍ୟ କିଛି ସ୍ଥାନରେ ପ୍ରଚଳିତ ହେଉଛି । ଯେମିତି ହିନ୍ଦୁମାନେ ଏହି ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ରୂପେ ପାଳନ କରନ୍ତି ।

ସେହିପରି ବୌଦ୍ଧଧର୍ମୀଙ୍କ ପାଇଁ ଏହି ପୂର୍ଣ୍ଣିମା ବିଶେଷ କରି ଶ୍ରୀଲଙ୍କାରେ ‘ବକ୍ ପୋୟା’ ନାମରେ ପରିଚିତ । ଏହି ଦିନ ବୁଦ୍ଧଦେବ ଶ୍ରୀଲଙ୍କା ଦ୍ୱୀପପୁଞ୍ଜକୁ ଗସ୍ତ କରି ସେଠାରେ ଅନେକ ଦିନଧରି ଲାଗିରହିଥିବା ବିବାଦର ସମାଧାନ କରି ଏକ ଯୁଦ୍ଧକୁ ରୋକିଥିଲେ । ବିଭିନ୍ନ ସଭ୍ୟତା ତଥା ଧର୍ମରେ ପୂର୍ଣ୍ଣ ଚନ୍ଦ୍ରକୁ ଏପରି ଭିନ୍ନ ଭିନ୍ନ ନାମକରଣ ମାନ କରାଯାଇଛି । ଉତ୍ତର ଆମେରିକାର ଅଧ୍ୟାବାସୀ ମାନେ ଏପ୍ରିଲ୍ ମାସର ପୂର୍ଣ୍ଣ ଚନ୍ଦ୍ରକୁ ଏପରି ନାମକରଣ କରିବାର କାରଣ ହେଲା ସେଠି ଏହି ସମୟରେ ବସନ୍ତଋତୁର ଆଗମନରେ ‘ମସ୍ ଫ୍ଲକ୍ସ’ ନାମକ ଏକ ଲତାରେ ଗୋଲାପୀ ରଙ୍ଗର ଫୁଲ ଫୁଟି ଚାରିଆଡ ଗୋଲାପୀ ରଙ୍ଗ ଧାରଣ କରିଥାଏ । ସେଥିପାଇଁ ଉତ୍ତର ଆମେରିକାର ଅଧ୍ୟାବାସୀ ମାନେ ଏପ୍ରିଲ୍ ମାସର ପୂର୍ଣ୍ଣଚନ୍ଦ୍ରକୁ ଚସଦ୍ଭଳ ଗକ୍ଟକ୍ଟଦ୍ଭ ବା ଗୋଲାପୀ ଚନ୍ଦ୍ର ନାମକରଣ କରିଥିଲେ । ଯାହା ଏବେ ମଧ୍ୟ କିଛି ସ୍ଥାନରେ ପ୍ରଚଳିତ ହେଉଛି । ଏହା ଚନ୍ଦ୍ରର ରଙ୍ଗ ସହିତ କୌଣସି ସମ୍ପର୍କ ନାହିଁ ତେଣୁ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଏପ୍ରିଲ୍ ୧୬ ତାରିଖ ଶନିବାର ଦିନ ପୂର୍ଣ୍ଣିମାରେ ତଥା “ଗୋଲାପୀ ଜହ୍ନ’ ରାତିର ଆକାଶରେ ଚମକିବର କୌଣସି ସତ୍ୟତା ନଥିବା ସେ କହିଛନ୍ତି ।

Leave a comment