ରାସ୍ତାରୁ ଉଠାଇ ନେଲେ ଦିଦିଙ୍କୁ, ତାପରେ….

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଯେ ବିହାର, ଉତ୍ତର ପ୍ରଦେଶ, ଠାରୁ ବଳି ଯାଇଛି ତାର ଏକ ସଦ୍ୟତମ ଉଦାହରଣ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ ଗତକାଲି ଭାରତ ବନ୍ଦ ବେଳେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତ କାଲି ବିରୋଧୀ ଦଳ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା ବେଳେ, ସମସ୍ତ ସରକାରୀ ଦପ୍ତର ଖୋଲା ହେବା ପାଇଁ ନର୍ଦେଶ ଥିଲା । ଏହି ପରିପ୍ରେକ୍ଷୀରେ ଗଁଦିଆ ଅଞ୍ଚଳର ଜଣେ ଅଙ୍ଗନବାଡ଼ି କର୍ମୀ ଏକ ସରକାରୀ ମିଟିଙ୍ଗ ସାରି ନିଜ ଭାଇ ସହ ସ୍କୁଟିରେ ଘରକୁ ସନ୍ଧ୍ୟାରେ ଫେରୁଥିବା ବେଳେ, ବାଟରେ ତିନ ଜଣ ଯୁବକ ତାଙ୍କୁ ଅଟକାଇ, ତାଙ୍କ ଭାଇଙ୍କୁ ମାଡ଼ ମାରି ତାଙ୍କୁ ଏକ ଜାଗା କୁ ନେଇ ଗଣ ଦୁଷ୍କର୍ମ କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇ ଚାଲି ଯାଇ ଥିଲେ । ପରବର୍ତ୍ତୀ ଅବସ୍ଥାରେ ମହିଳାଙ୍କ ଭାଇ ଜଣକ ଗତ କାଲି ରାତିରେ ଏ ସମ୍ପର୍କରେ ଗଁଦିଆ ଥାନାରେ ଅଭିଯୋଗ କଲା ପରେ ପୋଲିସ ଯୁବତୀଙ୍କୁ ଗତକାଲି ରାତିରେ ଉଦ୍ଧାର କରିବା ସଙ୍ଗେ ସଙ୍ଗେ, ତିନି ଜଣ ଯୁବକକୁ ଗଁଦିଆ ପୋଲିସ ଧରିବାକୁ ସକ୍ଷମ ହୋଇଛି ।ପ୍ରାଥମିକ ତଦନ୍ତରୁ ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା କଥା ଜଣା ପଡିବା ବେଳେ, ଯୁବତୀଙ୍କ ଡାକ୍ତରୀମାଇନା ପରେ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

Leave a comment