ଧର୍ମେନ୍ଦ୍ରଙ୍କୁ ଆସିଲା ଫୋନ କଲ, ପ୍ରତାପଙ୍କୁ ନେଇ କଳ୍ପନାଜଳ୍ପନା, ପଢନ୍ତୁ ଆଉ କାହା ପାଖକୁ ଯାଇଛି ଫୋନକଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଧର୍ମେନ୍ଦ୍ରଙ୍କ ପାଖକୁ ଆସିଲା ଫୋନ କଲ । ଧର୍ମେନ୍ଦ୍ର ପୁଣିଥରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ହେବେ ସାମିଲ । ସେ ମୋଦି ଓ ଶାହାଙ୍କ ଗୁଡ଼ ଲିଷ୍ଟ ରେ ଥିବାରୁ ତାଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ମୋଦିଙ୍କ କ୍ୟାବିନେଟ୍‌ରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଧର୍ମେନ୍ଦ୍ରଙ୍କ ବ୍ୟତୀତ ରାଜନାଥ ସିଂ, ରାମବିଳାଶ ପାଶ୍ୱନ, ମହେଶ ସିଂ, ନିତିନ ଗଡ଼କାରୀ, ପ୍ରହଲ୍ଲାଦ ପଟେଲଙ୍କୁ ମଧ୍ୟ ଫୋନକଲ ଆସିଥିବା ସୂଚନା ମିଳିଛି ।

ସେହିପରି ଓଡ଼ିଶାର ମୋଦି ଭାବେ ପରିଚିତ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ଜିତିଛନ୍ତି । ପ୍ରତାପଙ୍କ ପାଖକୁ ମଧ୍ୟ ଫୋନକଲ ଆସିଥିବା ନେଇ ଚର୍ଚ୍ଚା ଚାଲିଛି । ସରଳ ଜୀବନ ଯାପନ ଏବଂ ତୃଣମୂଳସ୍ତରରୁ ବିଜେପି ଓ ସଙ୍ଘସହ ଜଡ଼ିତ ନେତା ଭାବରେ ଓଡ଼ିଶାରେ ପ୍ରତାପ ବେଶ ପରିଚିତ । ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିଲେ ପ୍ରତାପ ଷଡଙ୍ଗୀ । ଏଥର ପ୍ରଥମ ଥର ପାଇଁ ସଂସଦକୁ ସେ ନିର୍ବାଚିତ ହୋଇଛନ୍ତି । ସେ ଏକ ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୁଅରେ ଗାଧୋଉଥିବା ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।

Leave a comment