ପୁରୀରେ ତୃତୀୟ ପର୍ଯ୍ୟାୟ ରଥ କାଠ: କରାଯାଇପାରୁନି ଅନ୍‌ଲୋଡ୍

0

ପୁରୀ : ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡରୁ ଆସିଛି ଏକ ଟ୍ରକରେ ୧୮ଟି କାଠ। ୧୨ ଫୁଟିଆ ଅସନ କାଠ ୫ଟି ଓ ୧୩ଟି ୨୦ ଫୁଟିଆ ଧଉରା କାଠ ପହଞ୍ଚିଛି । ବସନ୍ତ ପଞ୍ଚମୀରେ ରଥ ନିର୍ମାଣର ଆଦ୍ୟ ପର୍ବ ଅନୁଯାୟୀ ତିନି ରଥର ୩ଟି ୧୨ଫୁଟିଆ ଧଉରା କାଠକୁ ପୂଜା କରାଯାଇଥିଲା ।
ଆସନ୍ତା ରାମନବମୀ ଦିନ କଟକ ଖପୁରିଆ ସ’ ମିଲରେ ରଥକାଠ ଚିରଟ ଅନୁକୂଳ ହେବ। ଏଥିସହିତ ପବିତ୍ର ଅକ୍ଷୟ ତୃତୀୟାରେ ଆଗାମୀ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ନୟାଗଡ ଦଶପଲ୍ଲାରୁ ୬୩ ଖଣ୍ଡ ରଥକାଠ ରଥଖଳାରେ ପହଞ୍ଚିଥିଲା।
ଆଜି ସକାଳୁ ଏକ ଟ୍ରକ ଯୋଗେ ପହଁଞ୍ଚିଛି। ବଡଦାଣ୍ଡର ଦୁଇ ପାର୍ଶ୍ୱରେ ଉଠାଦୋକାନ ଓ ମଝିରେ ବ୍ୟାରିକେଡ୍‌ ଯୋଗୁ କାଠ ଅନ୍‌ଲୋଡ ହୋଇପାରିନାହିଁ। ରଥନିର୍ମାଣ ତତ୍ତ୍ୱାବଧାରକଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଦାର ସିଂହଦ୍ୱାର ଓ ଟାଉନ୍‌ଥାନାକୁ ଯାଇ କାଠ ଅନ୍‌ଲୋଡ ପାଇଁ ପୋଲିସକୁ କହିଛନ୍ତି। ଆଜି ଉଠା ଦୋକାନ ହଟାଯିବା ପରେ ରାତିରେ କାଠ ଅନ୍‌ଲୋଡ୍‌ କରାଯିବ।

Leave a comment