ମାଲକାନଗିରିରେ ୧୦୫ ଟଙ୍କା ଟପିଲା ପେଟ୍ରୋଲ ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଦିନ ଅହେତୁକ ଭାବରେ ବଢ଼ୁଛି ତୈଳଦର । ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଥିବା ବେଳେ ଡିଜେଲ୍ ୧୦୨ ଟଙ୍କା ରହିଛି । ସେହିଭଳି ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ ଦର ୧୦୮ ଟଙ୍କା ୮୬ ପଇସା ରହିଛି । ରାଜ୍ୟର ୨୫ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । ପେଟ୍ରୋଲ୍ ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଥିବା ବେଳେ ଡିଜେଲ୍ ୯୭ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଶତକ ଠାରୁ ୪ ପଇସା କମ୍ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୯୯ ଟଙ୍କା ୯୫ ପଇସା ଥିବାବେଳେ ଡିଜେଲ୍ ୯୭ ଟଙ୍କା ୧୯ ପଇସାରେ ବିକ୍ରି ହେଉଛି ।

Leave a comment