ପେଟ୍ରୋଲ ଓ ଡିଜେଲ୍ ଦର କମିବ!
ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଉତ୍ପାଦ ଶୁଳ୍କ କମାଇବାରୁ ପେଟ୍ରୋଲ ଦର ଲିଟର ପିଛା ସାଢ଼େ ୯ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ । ରବିବାର ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ସେହିପରି ଉଜ୍ବଳା ଯେଜନାରେ ଯୋଗାଇ ଦିଆଯାଉଥିବା ଗ୍ୟାସ ସିଲିଣ୍ଡର ଦର କମାଇବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉଜ୍ବଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ଦିଆଯିବ ଓ ବର୍ଷକୁ ୧୨ଟି ସିଲିଣ୍ଡର ଯାଏ ରିହାତି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।