୮୦ ପଇସା ବୃଦ୍ଧି ପାଇଲା ପେଟ୍ରୋଲ-ଡିଜେଲ ଦାମ୍

0

ନୂଆଦିଲ୍ଲୀ : ଦେଶରେ ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ମଙ୍ଗଳବାର ରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କାରୁ ବୃଦ୍ଧି ପାଇ ୯୬.୨୧ ଟଙ୍କା ହୋଇଯାଇଛି । ସେହିପରି ଡିଜେଲ ଦର ୮୬.୬୭ ଟଙ୍କାରୁ ୮୭.୪୭ ଟଙ୍କାକୁ ବୃଦ୍ଧି ପାଇଛି।
ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା । ସେହିପରି ଓଡିଶାରେ ମଧ୍ୟ ପେଟ୍ରୋଲ ଦର ଦୀର୍ଘଦିନ ପରେ ୧୦୨ ଟଙ୍କା ଟପିଛି । ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଅଶୋଧିତ ତୈଳ ଦର ବଢିବାରେ ଲାଗିଥିଲା । ଅନ୍ତରାଷ୍ଟ୍ରୀୟ ସ୍ତର ଅନୁସାରେ ହିଁ ଘରୋଇ ବଜାରରେ ତୈଳ ଦର ସ୍ଥିର କରାଯାଏ । ଗତ ନଭେମ୍ବର ୩ ତାରିଖରେ ପେଟ୍ରୋଲ-ଡିଜେଲ ଉପରୁ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହାପରେ ସମସ୍ତ ରାଜ୍ୟ ସରକାର ମଧ୍ୟ ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଫଳରେ ରେକର୍ଡ ସ୍ତରରେ ପହଁଚିବା ପରେ ଦାମ୍ କମିଥିଲା ।

Leave a comment