୨ ବର୍ଷ ପରେ ଡ୍ୟାନ୍ସ ବାର୍ ଖୋଲିବାକୁ ଅନୁମତି

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦୀର୍ଘ ୨ ବର୍ଷ ହେଲା ଡ୍ୟାନସ ବାର୍ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ ଉଠାଇ କୋହଳ କରାଯାଇଛି। ଏଥରେ ଚଳଚଞ୍ଚଳ ହେବ ଡ୍ୟାନ୍ସ ବାର୍ । ବାର୍ ଗାର୍ଲଙ୍କ ନାଚ ଗୀତରେ ରଙ୍ଗୀନ୍ ହେବ ରାଜଧାନୀର ରାତି। ନାଚଗୀତ ସହ ଜମିବ ମଦର ଆସର । ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି କମିସନରେଟ୍ ପୁଲିସର ଗାଇଡଲାଇନ୍ ଅନୁସାରେ ଡ୍ୟାନ୍ସ ବାରଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି ।

ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଡ୍ୟାନସ ବାର୍ ଉପରେ କଟକଣା ଲାଗୁ ହୋଇଥିଲା । ଏବେ ସେହି କଟକଣାକୁ କୋହଳ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛି ଅବକାରୀ ବିଭାଗ। ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍ । ଏଥିରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲିପାରିବ ।

ସବୁ ବାର୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ । ଏଥିସହ ଓଡ଼ିଶା ଅର୍ବାନ ପୁଲିସ୍‌ ଆକ୍ଟ ଅନୁସାରେ ଡ୍ୟାନ୍ସ ବାର୍ ସବୁ ଚାଲିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରାଯାଇପାରିବ ନାହିଁ। ନର୍ତ୍ତକୀମାନେ ଉତ୍ତେଜକ ପୋଷାକ ପିନ୍ଧିପାରିବେ ନାହିଁ ବୋଲି ନିୟମ ରହିଛି । ଡ୍ୟାନ୍ସ ବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକ୍ ଅପ୍ ରହିବା ବାଧ୍ୟତାମୂଳକ କରାଯାଇଛି ।

Leave a comment