ଅନୁମତି ଦେଲେ ନି ମମତା, ରାଲିରେ ଯୋଗଦେଇ ପାରିଲେନି ଶାହା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ହେଲିକାପ୍ଟର ଲ୍ୟାଣ୍ଡିଂ ପାଇଁ ପରମିଶନ ଦେଲେନି ପଶ୍ଚିମବଙ୍ଗ ସରକାର । ତେବେ ଶାହାଙ୍କ ହେଲିକାପ୍ଟର ଲ୍ୟାଣ୍ଡିଂକୁ ପରିମଶନ ଦେବା ପାଇଁ ସେଠାକାର ଦଳୀୟ ନେତା ସାରା ରାତି ମାଜିଷ୍ଟ୍ରେଟଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଫଳରେ ପଶ୍ଚିମବଙ୍ଗର ଝରଗ୍ରାମଠାରେ ବୁଧବାର ଅନୁଷ୍ଠିତ ଦଳୀୟ ରାଲିରେ ଶାହା ଯୋଗଦେଇ ପାରି ନ ଥିବା ଜଣାପଡିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶାହାଙ୍କ ହେଲିକାପ୍ଟର ଲ୍ୟାଣ୍ଡି ପାଇଁ ଅନୁମତି ନଦେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଆଜି ସେଠାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଗଣତନ୍ତ୍ର ବଞ୍ଚାଅ ରାଲିରେ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ପୂର୍ବରୁ ମଧ୍ୟ ମାଲଦା ଜିଲ୍ଲାରେ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ମମତା ହେଲିକାପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ପ୍ରଦାନ ନ କରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମତି ମିଳି ନ ଥିଲା । ଫଳରେ ଶାହା କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ ।

Leave a comment