ପରବର୍ତ୍ତୀ ନେତା ଲୋକେ ବାଛିବେ: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁମତ ପାଇ ପଞ୍ଚମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେଡି । ୬ଷ୍ଠ ଥର ମଧ୍ୟ ବିଜେଡି ରାଜ୍ୟରେ ସରକାର ଗଢ଼ିବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି । ତେବେ ନବୀନଙ୍କ ପରେ କିଏ ହେବ ନେତା ସେ ନେଇ ଚର୍ଚ୍ଚା ହେଉଥିଲା ବେଳେ ତାଙ୍କ ବଡଭାଇଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ବିଜେଡିର ପରବର୍ତ୍ତୀ ନେତା ବିଜେଡିରୁ ହିଁ କେହି ହେବେ ବୋଲି ନବୀନ କହିଛନ୍ତି । ଏଥିସହ ତାଙ୍କ ପରିବାରରୁ ଆଉ କେହି ରାଜନୀତିକୁ ଆସିବେ ନାହିଁ ବୋଲି ନବୀନ କହିଛନ୍ତି ।

ସାରା ଦେଶରେ ମୋଦି ମ୍ୟାଜିକ ଥିଲା ବେଳେ ଓଡ଼ିଶାରେ ଲୋକେ କିଭଳି ଶାସନ ଭାର ଦେଲେ ଓ ନବୀନ ସରକାରଙ୍କ ସଫଳତା ସମ୍ପର୍କରେ ଜାଣିବାକୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ନବୀନଙ୍କ ସାକ୍ଷାତକାର ନେଉଥିବା ଦେଖାଯାଉଛି । ଏହି ଅବସରରେ ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ନବୀନ କହିଛନ୍ତି, ବିଜେଡିରୁ କିଏ ଉତ୍ତରାଧିକାରୀ ହେବେ, ତାହା ସ୍ପଷ୍ଟ ହୋଇନାହିଁ । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଉଭୟ ହିଞ୍ଜିଳି ଏବଂ ବିଜେପୁରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ବେଳେ କେଉଁ ଆସନ ସେ ଛାଡିବେ, ତାହା ସ୍ଥିର କରିନଥିବା ନବୀନ କହିଛନ୍ତି ।

Leave a comment