ବ୍ରହ୍ମ ମୂହୁର୍ତ୍ତରେ ଏହି କାମ କରୁଥିବା ଲୋକ ହୋଇଥାନ୍ତି ଅଧିକ ସୁଖୀ
ନିଦ୍ରାର ତ୍ୟାଗ ପାଇଁ ଏହି ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଜଣାଇଛନ୍ତି । ବ୍ରହ୍ମ ମୂହୁର୍ତ୍ତରେ ନିଦ୍ରା ପରିତ୍ୟାଗ କଲେ ସୌନ୍ଦର୍ଯ୍ୟ, ବିଦ୍ୟା, ବୁଦ୍ଧି ଏବଂ ଉତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ଧାର୍ମିକ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଁଚିଛନ୍ତି ଯେ, ସୂର୍ଯ୍ୟ ଉଦୟର ଚାରି ପ୍ରହର ଅର୍ଥାତ୍ ପ୍ରାୟ ଦେଢ଼ ଘଂଟା ପୂର୍ବରୁ ବ୍ରହ୍ମ ମୂହୁର୍ତ୍ତରେ ଶଯ୍ୟା ତ୍ୟାଗ କରିବା ବିଧେୟ । ଇଶ୍ୱରଙ୍କୁ ଆରାଧନା କରିବା ପାଇଁ ଏହା ସର୍ବ ଶ୍ରେୟ ସମୟ ବୋଲି କୁହାଯାଏ । ବ୍ରହ୍ମ ମୂହୁର୍ତ୍ତ ଅତ୍ୟନ୍ତ ଶାନ୍ତ ଏବଂ ସୌନ୍ଦର୍ଯ୍ୟମୟ ହୋଇଥାଏ । ଏହା ଲକ୍ଷ୍ମୀ, ବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ପ୍ରାପ୍ତିର ସମୟ ହୋଇଥିବାରୁ ଏହାକୁ ପବିତ୍ର ବେଳା ବୋଲି ମଧ୍ୟ ଅବିହିତ କରାଯାଏ । ଏହି ସମୟରେ ମନ ମଧ୍ୟ ଅନ୍ୟ ସମୟ ତୁଳନାରେ ଅଧିକ ପ୍ରସନ୍ନ ଏବଂ ଶାନ୍ତ ରହିଥାଏ ।
ବ୍ରହ୍ମ ମୂହୁର୍ତ୍ତରେ କାହିଁକି କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ?
ପ୍ରାତଃ ସମୟ ତିନିଟାରୁ ପାଂଚଟା ପର୍ଯ୍ୟନ୍ତ ଶରୀରରେ ଜୀବନୀ ଶକ୍ତି ବିଶେଷ ଭାବରେ ଫୁସଫୁସ୍ରେ ରହିଥାଏ । ବ୍ରାହ୍ମ ମୂହୁର୍ତ୍ତରେ ପ୍ରାଣାୟାମ କରିବା ଏବଂ ସମ୍ଭବ ହେଲେ ବାହାରେ ଚାଲିବା ଆବଶ୍ୟକ । ଏହି ସମୟରେ ଦୀର୍ଘ ନିଃଶ୍ୱାସ ପ୍ରଶ୍ୱାସ ଗ୍ରହଣ କରିଲେ ଫୁସଫୁସ୍ର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଥାଏ । ଫୁସ୍ଫୁସ୍କୁ ଶୁଦ୍ଧ ଅମ୍ଳଜାନ ପ୍ରାପ୍ତ ହୋଇଥାଏ । ଏହି ସମୟରେ ପ୍ରାଣାୟମ ଏବଂ ଯୋଗାସନ ଇତ୍ୟାଦି କରିବା ବୈଜ୍ଞାନିକ ସିଦ୍ଧାନ୍ତ ଅଟେ ।
ଶରୀରକୁ ଋଣ ଆୟନ ଅଧିକ ମାତ୍ରାରେ ମିଳିବା ଦ୍ୱାରା ଶରୀର ଉଲ୍ଲାସ ଯୁକ୍ତ ହୋଇଥାଏ । ବ୍ରହ୍ମ ମୂହୁର୍ତ୍ତରେ ଶଯ୍ୟାତ୍ୟାଗ କରୁଥିବା ଲୋକମାନେ ଅଧିକ ଉତ୍ସାହୀ ପ୍ରକୃତିର ହୋଇଥାନ୍ତି ।