ବିଦ୍ୟୁତ କାଟ୍ ସମସ୍ୟା ଦୂର ନହେଲେ ରାଜପଥ ଅବରୋଧ ସହ ବିଦ୍ୟୁତ କାର୍ଯ୍ୟାଳୟ ହେବ ଘେରାଉ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ଓ ତୁରୁମୁଙ୍ଗା ସବ-ଷ୍ଟେସନ ଅଞ୍ଚଳରେ ଏବେ ମୁଖ୍ୟ ସମସ୍ୟା ବିଦ୍ୟୁତ କାଟ । ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କର୍ମଚାରୀ ଲାଇନ କାଟି ଦେଉଛନ୍ତି । ଫଳରେ ଗରମ ଗୁଳୁଗୁଳିରେ ଉପଭକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାକୁ ଆଳ କରି ବିଦ୍ୟୁତ ବିଭାଗ ବିଦ୍ୟୁତ କାଟି ବିକ୍ରି କରୁଥିବା ଉପଭକ୍ତା ଅଭିଯୋଗ କରିବା ସହ ନିମ୍ନ ମାନର ଇନ୍ସୁଲେଟର ଲଗା ଯାଉଥିବା ଅଭିଯୋଗ ହୋଇଛି।

ବିଦ୍ୟୁତ କାଟର କାରଣକୁ ନେଇ ଉପଭକ୍ତା ଜେଇ, ଏସ.ଡି.ଓ ଙ୍କୁ ପଚାରିବାରୁ ତାଙ୍କର ସେଇ ଚିରାଚରିତ ମତ ଯେ ଲାଇଟିଂ ପାଇଁ ଇନ୍ସୁଲେଟର ଫାଟି ଯାଇଛି । ଏପଟେ ଉପଭକ୍ତାଙ୍କ ଗୋଟେ ଅଭିଯୋଗ ଲାଇଟିଂ କେବଳ ପାଟଣା ଅଞ୍ଚଳରେ ହେଉଛି ନା ସରା ରାଜ୍ୟରେ ହେଉଛି। ବାରମ୍ବାର ବିଦ୍ୟୁତ କାଟକୁ ନେଇ ସ୍ଥାନୀୟ ଲୋକେ ଏବେ ତାତି ନିଆଁ ହେଲେଣି । ଆଗକୁ ପରିସ୍ଥିତି ଭୟାନକ ହେବା ସହ ଜାତୀୟ ରାଜପଥ ଅବରୋଧ ସାଙ୍ଗକୁ ବିଦ୍ୟୁତ କାର୍ଯ୍ୟାଳୟ ଘେରିବେ ବୋଲି ଉପଭକ୍ତା ଚେତାବନୀ ଦେଲେଣି । ପୂର୍ବରୁ ଏ ଅଞ୍ଚଳକୁ ୨୪ ଘଣ୍ଟିଆ ବୁଦ୍ୟୁତ ସେବା ଯୋଗାଇବା ପାଇଁ ପାଟଣାବାସୀ ଆନ୍ଦୋଳନ କରିବା ସହ ପାଟଣା ବନ୍ଦ ମଧ୍ୟ କରିଥିଲେ। ନେତା ଅଫିସରଙ୍କ ଠାରୁ ପ୍ରତିଶୃତି ପାଇ ଆନ୍ଦୋଳନରୁ ଓହରି ଥିଲେ । ହେଲେ ସମସ୍ୟା ସମସ୍ୟାରେ ହିଁ ରହିଗଲା ।

ନେତା ଅଫିସରଙ୍କ ପ୍ରତିଶୃତି ଏବେ ଧୂଆଁବାଣ ହୋଇଛି । ବିଦ୍ୟୁତ କାଟ ଏବେ ପାଟଣା ବାସୀଙ୍କ ପାଇଁ ଅଭିଶାପ ପାଲିଟିଛି । ଖୁବ ଶୀଘ୍ର ସମସ୍ୟାର ସମାଧାନ ନହେଲେ ପାଟଣା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସହ ଉପଭକ୍ତା ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ପାଟଣାବାସୀ ଦାବି କରିଛନ୍ତି ।

Leave a comment