ବିରୋଧୀଙ୍କ ମହାମେଣ୍ଟକୁ ମହାମିଲାବଟ କହିଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାରକୁ ଗାଦିଚ୍ୟୁତ କରିବାକୁ ବିରୋଧୀ ଦଳଗୁଡ଼ିକ ମହାମେଣ୍ଟ ଗଠନ କରିଛନ୍ତି । ତେବେ ବିରୋଧୀଙ୍କ ଏହି ମହାମେଣ୍ଟକୁ ମହାମିଲାବଟ (ମହାଦୁର୍ନୀତି) କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାୟପୁରର କୋଦାଟରାଇଠାରେ ଶୁକ୍ରବାର ଅନୁଷ୍ଠିତ ସାଧାରଣ ରାଲିରେ ଯୋଗଦେଇ ମୋଦି ମହାମିଲାବଟରୁ ନିଜକୁ ଦୂରେଇ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ମୋଦି କହିଛନ୍ତି, ଗାନ୍ଧୀ ପରିବାରର ସମସ୍ତ ସଦସ୍ୟ ବେଲରେ ଆସିଛନ୍ତି ନହେଲେ ଆଣ୍ଟିସେପ୍ଟି ବେଲରେ ଆସି ବାହାରେ ବୁଲୁଛନ୍ତି । କଂଗ୍ରେସ ସରକାର ଛତିଶଗଡ଼ ଚାଷୀ ଓ ଋଣ ନେଇଥିବା ଚାଷୀଙ୍କ ପ୍ରତି ସବୁବେଳେ ଅନ୍ୟାୟ କରିଆସିଛି । ପ୍ରତି ଦଶବର୍ଷରେ କୃଷି ଋଣ ଛାଡ଼ କରିବା ନାଁରେ କଂଗ୍ରେସ ସରକାର ଗଢ଼ୁଥିବା ବେଳେ ଏଠାକାର କୃଷକଙ୍କ ସ୍ଥିତି ଖୁବ୍ ନଗନ୍ୟ ବୋଲି ବୋଲି କହିଛନ୍ତି । ଏଥିସହିତ ଦୁର୍ନୀତିର ତଦନ୍ତ କରାଗଲେ ପ୍ରକୃତ ଚେହେରା ପଦାରେ ପଡ଼ିବା ଭୟରେ କଂଗ୍ରେସ ସିବିଆଇକୁ ଛତିଶଗଡ଼ ଆସିବାକୁ ବିରୋଧ କରୁଥିବା ମୋଦି ତାଙ୍କ ବକ୍ତବ୍ୟରେ କହିଛନ୍ତି ।