ଏସସିବି କାଜୁଆଲଟିରେ ତାଲା ପକାଇଲେ ମୃତକଙ୍କ ସମ୍ପର୍କୀୟ, ଚିକିତ୍ସାରେ ଅବହେଳା କରି ୧୦ ଜଣ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୋଗୀ ମୃତ୍ୟୁକୁ ନେଇ କଟକ ଏସସିବି କାଜୁଆଲଟିରେ ସମ୍ପର୍କୀୟ ଝୁଲାଇଲେ ତାଲା । ମୃତ ରୋଗୀଙ୍କ ସମ୍ପର୍କୀୟ ଏହାର ପ୍ରତିବାଦରେ ମେଡ଼ିକାଲ ସାମ୍ନାରେ ଧାରଣାରେ ବସିଥିଲେ । ପରିବାର ଲୋକଙ୍କ ସହ ଏସସିବି କର୍ତୃପକ୍ଷ ଆଲୋଚନା କରିବା ପରେ ସେମାନେ ଧାରଣରୁ ଉଠିଥିଲେ । ଅସୁସ୍ଥ ଶିଶୁକୁ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ୧୦ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ ।
ସୂଚନା ଅନୁଯାୟୀ, ଗତକାଲି କଟକ ସିଡିଏ ଅଞ୍ଚଳର ପ୍ରତ୍ୟୁଷ ଦାସଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏସସିବି ମେଡିକାଲକୁ ଆଣିଥିଲେ । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଠିକଥିବା କହି ତାଙ୍କୁ ଘରକୁ ଫେରାଇ ଦେଇଥିଲେ । ରାତିରେ ପ୍ରତ୍ୟୁଷଙ୍କର ବାନ୍ତି ହେବାରୁ ତାଙ୍କୁ ପୁଣି ଏସସିବିକୁ ନେଇଥିଲେ । ସେଠାରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳାରୁ ପ୍ରତ୍ୟୁଷଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ତାଙ୍କ ସମ୍ପର୍କୀୟ କଟକ ଏସସିବି କାଜୁଆଲଟିରେ ତାଲା ପକାଇବା ସହ ଏହା ସମ୍ମୁଖରେ ଧାରଣାରେ ବସିଥିଲେ ।