ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ

ବସ୍ର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା । ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ । ଏନେଇ ସବୁ ଆରଟିଓମାନଙ୍କୁ ଚିଠି କଲେ ଏସିଟିଏ ସଚିବ । ଏନେଇ ନିୟମିତ ଯାଞ୍ଚ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ,ଇ-ଚାଲାଣ କଟାଯିବ । ବସ୍ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଲେ ସଚିବ ।