ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ପିସିସି ପରିବର୍ତ୍ତନ!

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହେଉଛି କଂଗ୍ରେସର ଚିନ୍ତନ ଶିବିର ବୈଠକ । ବୈଠକ ପରେ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବ । ଆଗାମୀ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ସଭାପତି ।

ପ୍ରଭାରୀ ଚେଲ୍ଲାକୁମାର ରାଜ୍ୟର ପିସିସି ପରିବର୍ତ୍ତନ ନେଇ ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବେ ବୋଲି କହିଥିଲେ । ପ୍ରଭାରୀ ଦିଲ୍ଲୀ ଫେରିବାର କିଛି ଦିନ ପରେ ରାଜ୍ୟରେ ସମସ୍ତ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ରାହୁଲ ଗାନ୍ଧୀଙ୍କ ଦଳୀୟ ସ୍ଥିତି ନେଇ ଆଲୋଚନା କରିଥିଲେ । ସମସ୍ତଙ୍କୁ ଏକ୍‌ଜୁଟ ହୋଇ କାମ କରିବାକୁ ରାହୁଲ ଗାନ୍ଧୀ ପରାମର୍ଶ ମଧ୍ୟ ଦେଇଥିଲେ ।

ଅନ୍ୟ ପଟେ ବ୍ରଜରାଜନଗର ଉପନିର୍ବାଚନ । ଏଥିଲାଗି ସବୁ ଦଳ କସରତ ମଧ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏସବୁ ଭିତରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଖାସ୍‌ କରି ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟକୁ ନୂଆ ନେତୃତ୍ୱ ମିଳିବ ବୋଲି ଅଧିରାଜ ପାଣିଗ୍ରାହୀ କହିଛନ୍ତି ।

Leave a comment