ନିଜ ପାଉଁଜି ଅନ୍ୟକୁ ଦିଅନ୍ତୁ ନାହିଁ, ଭୋଗିବେ ଅନେକ ସମସ୍ୟା

0

ହିନ୍ଦୁ ବିବାହିତ ମହିଳାଙ୍କ ପାଇଁ ଶଙ୍ଖା ସିନ୍ଦୁର ପରୀ ପାଉଁଜି ଏକ ଗୁରୁତ୍ୱପୁର୍ଣ୍ଣ ଅଳଙ୍କାର ହୋଇଥାଏ। ପାଉଁଜି କେବଳ ମହିଳାଙ୍କ ଗୋଡ଼କୁ ସୁନ୍ଦର କରିଥାଏ ତାହା ନୁହେଁ ପରିବାର ମଙ୍ଗଳ ଅମଙ୍ଗଳ ପାଇଁ ଅନେକ ସମୟରେ ଦାୟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଏ। ସାଧାରଣତଃ ଗୋଡ଼ରେ ରୂପାର ପାଉଁଜି ପିନ୍ଧା ଯାଇଥାଏ। ଏହା ପଛରେ ମଧ୍ୟ ବିଶେଷ କାରଣ ରହିଛି । ତେବେ କଣ ପାଇଁ ରୂପାର ପାଉଁଜି ପିନ୍ଧା ଯାଏ ଆଉ ପାଉଁଜି କିପରି ଘରେ ଦାରିଦ୍ରତା ଓ ଅସନ୍ତୋଷ ଆଣି ଥାଏ ଆସନ୍ତୁ ଜାଣିବା…

ହିନ୍ଦୁ ଧର୍ମରେ ପାଦରେ ପାଉଁଜି ପିନ୍ଧିବାର ଅଭ୍ୟାସ ଶତାବ୍ଦୀ ଧରି ଚାଲିଆସୁଛି। ଯେହେତୁ ରୂପା ଚନ୍ଦ୍ରରଙ୍କ ସୂଚକ ହୋଇଥାଏ ଏବଂ ଏହା ଶୀତଳତା ପ୍ରଦାନ କରିଥାଏ ତେଣୁ ପାଦରେ ରୂପା ଲଗେଇବା ଶୁଭ ବୋଲି ବିବେଚନା କରାଯାଏ। ରୂପା ବ୍ୟକ୍ତିକୁ ଚାପମୁକ୍ତ ରଖିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରର ଆଶୀର୍ବାଦ ପାଇବା ପାଇଁ ଏହା ଆଙ୍ଗୁଠିରେ ପିନ୍ଧାଯାଇଥାଏ ଏବଂ ଆଙ୍ଗୁଠି ଦେଇ ଯାଉଥିବା ଶିରା ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ, ଯାହା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ତେଣୁ ଗୋଡ଼ରେ ରୂପା ପାଉଁଜି ପିନ୍ଧା ଯାଇଥାଏ। ଗୋଡ଼ରେ ରୂପା ପିନ୍ଧିବାକୁ ବୈଜ୍ଞାନିକମାନେ ମଧ୍ୟ ମାନିଥାନ୍ତି । ପୂର୍ବ କାଳରେ ପୁରୁଷମାନେ ମଧ୍ୟ ଗୋଡ଼ରେ ରୂପା ବଳା ଲଗାଉଥିବାର ଦେଖିବାକୁ ମିଳୁଥିଲା, ଏବେ ଜନଜାତି ଅଞ୍ଚଳର ପୁରୁଷ-ମହିଳା ଗୋଡ଼ରେ ରୂପା ବଳା ଲଗାଉଥିବାର ଦେଖିବାକୁ ମିଳୁଛି । ତେବେ ପାଉଁଜି କେମିତି ପିନ୍ଧିଲେ ଅଶୁଭ ହୋଇଥାଏ ଜଣାନ୍ତୁ। ଗୋଟିଏ ଗୋଡରେ ଗୋଟିଏ ପାଉଁଜ ପିନ୍ଧିବା ଉଚିତ୍ ନୁହେଁ। ଆଜିକାଲି, ପାଉଁଜ ପିନ୍ଧିବାର ପ୍ରଥା କମ ଏବଂ ଫ୍ୟାସନ୍ ବେଶୀ ହେଉଛି । ଅନେକ ଥର ଏହା ମଧ୍ୟ ଦେଖାଯାଏ ଯେ ଅବିବାହିତ ଝିଅମାନେ ମଧ୍ୟ ଗୋଟିଏ ଗୋଡ଼ରେ ପାଉଁଜି ପିନ୍ଧନ୍ତି, ହେଲେ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି କୁହାଯାଇଛି । ଗୋଟିଏ ଗୋଡ଼ରେ ପାଉଁଜି ଲଗାଇବା ଦ୍ୱାରା ବାପା, ଭାଇ ଓ ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ।ପରିବାରରେ ସର୍ବଦା ଅଶାନ୍ତି ଲାଗିରହେ । ଏହାସହ ପାଉଁଜି ହଜିବା ମଧ୍ୟ ଭଲ ହୋଇନଥାଏ । ଏହାଦ୍ୱାର ପରିବାର ଆଉ ନିଜ ପାଇଁ ଅମଙ୍ଗଳ ହୋଇଥାଏ ବୋଲି କୁହାଯାଏ ।

ଯଦି ଏହିଭଳି କିଛି କରୁଛନ୍ତି ସତର୍କ ହୋଇଯାଆନ୍ତୁ। ସ୍ୱାମୀ ବା ପିତାଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ଆପଣଙ୍କୁ ଏକ ବଡ ଆର୍ଥିକ କ୍ଷତି ଦେଇ ଗତି କରିବାକୁ ପଡିବ ଏବଂ ଏହା ମଧ୍ୟ ହୋଇପାରେ ଯେ ଆପଣ ଅଧିକ ଋଣ କରିପାରନ୍ତି । ନିଜ ପାଉଁଜି ଅନ୍ୟ କାହାକୁ ଦେବା ଶୁଭଙ୍କର ହୋଇନଥାଏ। ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଅସୁସ୍ଥ ହୋଇପାରନ୍ତି ଏବଂ ଘରର ଅନ୍ୟାଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ରୂପା ପାଉଁଜ ଘରେ ଲକ୍ଷ୍ମୀଙ୍କ ବାହକ ହୋଇଥାଏ ଯେଉଁ ମହିଳା ସର୍ବଦା ପାଉଁଜି ପିନ୍ଧନ୍ତି, ତାଙ୍କ ଘରେ ଲକ୍ଷ୍ମୀ ସର୍ବଦା ରହିଥାନ୍ତି ବୋଲି କୁହାଯାଏ। । ଏହାସହ ପାଉଁଜି ଶବ୍ଦ ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।

Leave a comment