ଏଣିକି ଟୋଲ୍ ପ୍ଲାଜା ବଦଳରେ ଜିପିଏସ୍ ଆଧାରରେ ଦେବାକୁ ପଡିବ ଫି’
ଏଣିକି ଯେତିକି ଦୂର ଯାତ୍ରା କରିବେ ସେତିକି ଦେବାକୁ ପଡିବ ଟୋଲ ଫି। ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ଖୁବ୍ ଶୀଘ୍ର ନୂଆ ଟେକ୍ନୋଲୋଜି ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହା ମାଧ୍ୟମରେ ନ୍ୟାସନାଲ ମାଧ୍ୟମରେ ଥିବା ଟୋଲ୍ ପ୍ଲାଜା ହଟାଇ ଜିପିଏସ୍ ଆଧାରିତ ଟେକ୍ନୋଲୋଜିରେ ଟୋଲ୍ ଭରାଯିବ ।
ବର୍ତ୍ତମାନ ଦେଶରେ ନୂଆ ପଦ୍ଧତି ପରୀକ୍ଷା କରିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି । ଉଦାହରଣ ସ୍ୱରୂପ ଯଦି ଆମେ କହିବା ରାଜପଥରେ ଏକ କାର ଯେତିକି କିଲୋମିଟର ଯାତ୍ରା କରିଥିବ, ସେହି ଆଧାରରେ ଆପଣଙ୍କୁ ଟୋଲ୍ ଦେବାକୁ ପଡ଼ିବ ।
ଏହି ପ୍ରୋଜେକ୍ଟ ଅନୁଯାୟୀ ବ୍ୟକ୍ତିଙ୍କୁ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଥିବା ଦୂରତା ଆଧାରରେ ଟୋଲ ଦେବାକୁ ପଡିବ । ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ପରିବହନ ନୀତିରେ ମଧ୍ୟ ପରିବର୍ତ୍ତନ ଆସିବ । ପାଇଲଟ୍ ଯୋଜନାରେ ସାରା ଦେଶରେ ୧.୩୭ ଲକ୍ଷ ଯାନବାହନକୁ ସାମିଲ କରାଯାଇଛି ।