ପାଟନାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୫

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ସମେତ ଏନସିଆରରେ ଭୂମିକମ୍ପ ପରେ ସୋମବାର ବିହାରରେ ମୃଦୁ ବୂମିକମ୍ପ ଅନୁଭୂତ ହୋଇଛି। ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିଲା। କେବଳ ରାଜଧାନୀ ପାଟନା ନୁହେଁ ନିକଟରେ ଫୁଲୱାରୀ ସରିଫ, ଇନ୍ଦ୍ରପୁରୀ, ବେଉର, ସିପାରା, ଜଙ୍କସନ୍, ରାଜୀବ ନଗର ଓ ଏମ୍ସ ଆଦି ସ୍ଥାନରେ ମଧ୍ୟ ଲୋକେ କମ୍ପନ ଅନୁଭବ କରିଛନ୍ତି। ରାତି ପ୍ରାୟ ୯ଟା ୨୩ ମିନିଟ୍‌ରେ ଭୂମି କମ୍ପ ଅନୁଭୂତ ହୋଇଥିଲା। ବିହାରର ପାଟନା ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ୭ଟା ୨୩ ମିନିଟ୍‌ରେ ରାଜଧାନୀ ପୋର୍ଟବ୍ଲେୟରରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ପ୍ରାୟ ୨୫୮ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି।

Leave a comment

You cannot copy content of this page