ସ୍ୱାଭିମାନରେ ଆଞ୍ଚ ଆସିଲେ ଜଳିବ ସ୍ୱାଭିମାନ : ଦାମ, ବିଜୟ
ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି ବିଜେପି ଉପରେ ଉପରେ ଲଢ଼ୁଥିବା ବେଳେ ଭିତରେ ମ୍ୟାଚ ଫିକ୍ସିଂ ହୋଇଛି ବୋଲି କଂଗ୍ରେସ କହିଛି । ସାଧାରଣ ନିବାଚନରେ ସେମାନେ ଭିତରେ ଭିତରେ ସଲାସୁତର ହୋଇଥିବା ବେଳେ ଉପରକୁ ଲଢ଼ୁଥିଲେ । ଏବେ ବି ପାଟକୁରାରେ ଉଭୟଙ୍କ ମଧ୍ୟରେ ସଲାସୁତୁରା ଚାଲିଛି । ବିଜୟ ମହାପାତ୍ରଙ୍କୁ ବକରା ବନାଯାଉଛି ବୋଲି କଂଗ୍ରେସର ତାରାବାହିନୀ ପତି ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ତଥା ପାଟକୁରାର ବିଜେପି ପ୍ରାର୍ଥୀ ବଜୟ ମହାପାତ୍ର । ସେ କହିଛନ୍ତି, ପାଟକୁରାରେ ବିଜେଡି ତା’ ବାଟରେ ଲଢ଼ୁଥିବା ବେଳେ ବିଜେପି ପାଟକୁରାରେ ସ୍ବାଭିମାନର ଲଢ଼େଇ ହେଉଛି ବୋଲି ବିଜୟ ମତ ରଖିଛନ୍ତି ।
ଏହି କ୍ରମରେ ବିଜେପି ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, ପାଟକୁରାରେ ସ୍ବାଭିମାନର ଲଢ଼େଇ ହେଉଛି । ଏଥିରେ ଆଞ୍ଚ ଆସିଲେ ସ୍ବାଭିମାନ ଜଳିବ। ବିଜୟଙ୍କୁ ବିଧାନସଭାରେ ପୂରାଇ ନ ଦେବାକୁ ନବୀନ ପଣ କରିଛନ୍ତି । ଅଧ ଡଜନ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାରେ ପ୍ରଚାର କରିବାକୁ ପଠାଇଛନ୍ତି। ହେଲେ ପାଟକୁରାବାସୀ ସଚେନତଶୀଳ। ଏଠାରେ ଟେବୁଲ ତଳ କାରବାର ହେବନାହିଁ ବୋଲି ଦାମ କହିଛନ୍ତି।