ମେ ୧୯ରେ ହେବନି ପାଟକୁରା ନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଘୁଞ୍ଚିଲା ପାଟକୁରା ନିର୍ବାଚନ । ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ । ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି । ବାତ୍ୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗ୍ରସ୍ତ କରି ନିର୍ବାଚନ ଘୁଞ୍ଚାଇବାକୁ କମିଶନଙ୍କଠାରେ ଦାବି କରିଥିଲେ ।

ସୂଚନା ଅନୁଯାୟୀ, ୪ର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା । ମାତ୍ର ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ । ପରେ ମେ’ ୧୯ ତାରିଖରେ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ କମିଶନ । ମାତ୍ର ବାତ୍ୟା ‘ଫନି’ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗ୍ରସ୍ତ କରି ନିର୍ବାଚନ ଘୁଞ୍ଚାଇବାକୁ କମିଶନଙ୍କଠାରେ ଦାବି କରିଥିଲେ । ଏହାକୁ ନେଇ ବିରୋଧୀଙ୍କ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ସେହିପରି ବିଜେପି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ନିକଟରେ ଫେରାଦ ହୋଇ ପାଟକୁରାରେ ୧୯ ତାରିଖରେ ନିର୍ବାଚନ ହେଉ ବୋଲି ଦାବି କରିବା ସହ ଏହା ବିଜେଡିର ଚାଲ ବୋଲି ଅଭିଯୋଗ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦାବିରେ ଅଟଳ ରହିଥିଲେ ଓ ତାହା ଠିକ ପ୍ରମାଣିତ ହୋଇଥିଲା । ବାତ୍ୟା ଫନି ଉପକୂଳ ଓଡିଶାକୁ ଦୋହଲାଇ ଦେବା ସହ ପ୍ରଳୟ ରଚିଥିଲା । ଫଳରେ ନିର୍ବାଚନ କମିଶନର ପାଟକୁରା ନିର୍ବାଚନ କୁ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ସୁଚନା ମିଳିଛି ।

Leave a comment