ସଂକଳ୍ପ ପାଟକୁରାବାସୀଙ୍କର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ପାଟକୁରାର ନିର୍ବାଚନ ବିଗୁଲ୍ ବାଜିଛି । ଆସନ୍ତା ୨୦ତାରିଖରେ ନିର୍ବାଚନ ହେବ ଓ ୨୪ତାରିଖରେ ହେବ ଗଣତି । ବିଜେଡି ତାର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଠାଇ ପ୍ରାୟ ୨୫ ପଞ୍ଚାୟତରେ ବୈଠକ କରି ଅସନ୍ତୁଷ୍ଟ କର୍ମୀ ଓ ଭୋଟର ମାନଙ୍କୁ ହାତେଇବା ଚେଷ୍ଟା କରୁଥିଲା ବେଳେ ବିଜେପି ପକ୍ଷରୁ ଏବେଯାଏ କାହାର ଦେଖାନାହଁ । କିନ୍ତୁ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିଆରା ଢଙ୍ଗରେ ଘରରୁ ଘର ପ୍ରଚାର ଓ ଭୋଟ ବିଳମ୍ବ ହେବାର ଏକ ସମବେଦନା ପାଟକୁରାବାସୀଙ୍କ ମଧ୍ୟରେ ଦେଖାଦେଇଛି ।

ସୂଚନା ଅନୁଯାୟୀ, ଗତକାଲି ନିର୍ବାଚନ ତାରିଖ ଘୋଷଣା ହେଲା । ଆଜି ହଠାତ୍ ୧୦୦୦ରୁ ଅଧିକ ସଂଖ୍ୟାରେ ମହିଳା ଆସି ପହଞ୍ଚିଥିଲେ ପାଟକୁରା ନିର୍ବାଚନ ମଣ୍ଡଳୀର ମାହାଳ ସ୍ଥିତ ଜଗନ୍ନାଥ ମନ୍ଦିରରେ । ସମସ୍ତଙ୍କ ମନରେ ଥିଲା ତାରିଖ ଘୋଷଣାର ଉତ୍ସାହ । ବୁଝୁବୁଝୁ ଜଣାପଡିଲା ସମସ୍ତେ ଆସିଛନ୍ତି ବିଜୟଙ୍କ ବିଜୟ ପାଇଁ ମାନସିକ କରିବା ପାଇଁ । ସେମାନେ ମହାଲକ୍ଷ୍ମୀ ମନ୍ଦିରରେ ଦୀପଦାନ କରି ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିଜୟ କାମନା କରିଥିଲେ ଓ ସଂକଳ୍ପ ନେଇଥିଲେ ବିଜୟଙ୍କୁ ନିର୍ବାଚନରେ ଜିତାଇବା ପାଇଁ । ଏମାନଙ୍କ ସହ ଯୋଗ ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା, ନେତ୍ରୀ ପିଙ୍କୀ ପ୍ରଧାନ, ରଶ୍ମି ଦାଶ ପ୍ରମୁଖ । ଏହା ପରେ ନିକଟସ୍ଥ ମଣ୍ଡପରେ ପହଞ୍ଚିଥିଲେ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାଲେଶ୍ବର ବିଧାୟକ ମଦନମୋହନ ଦତ୍ତ । ସମସ୍ତଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା।

ନିର୍ବାଚନରେ କିଏ ଜିତିବ କିଏ ହାରିବ ସେ କଥା ତ ୨୪ ଜୁଲାଇରେ ଜଣାପଡିବ । କିନ୍ତୁ ପାଟକୁରାର ବର୍ତ୍ତମାନ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ବିଜୟଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା ଓ ଅନୁକମ୍ପା ବିଜେଡିକୁ ଯେ ମହଙ୍ଗା ପଡିପାରେ ଏ କଥାକୁ ଅସ୍ୱୀକାର କରିହେବ ନାହିଁ ।

Leave a comment