ଉଡ଼ିଗଲା ଶ୍ରୀମନ୍ଦିରରୁ ପତିତପାବନ ବାନା, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା । ଏହି ଖବର ଭକ୍ତଙ୍କ ମନରେ ଗଭୀର ଆଶଙ୍କା ସୃଷ୍ଟି କରିଛି । ପୁଣି କୌଣସି ବଡ ବିପତ୍ତି ମାଡି ଆସୁଥିବା ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବେଳେ ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ଉଡିଯିବା ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି ।