ମୋଦିଙ୍କ ଗଡରେ ହାତ ଧରିଲେ ହାର୍ଦ୍ଦିକ ପଟେଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଇତ୍ୟବସରରେ ଭାଜପାକୁ ସବୁବେଳେ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ଦୀର୍ଘ ୫୮ ବର୍ଷ ପରେ ମୋଦିଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ହୋଇଥିଲା । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ବହୁ ବରିଷ୍ଠ ନେତାଙ୍କ ଗହଣରେ ହାର୍ଦ୍ଧିକ କଂଗ୍ରେସରେ ଯୋଗଦେଇଛନ୍ତି । ୧୯୬୧ରେ ଶେଷ ଥର ପାଇଁ ଏଠାରେ କଂଗ୍ରେସର ବୈଠକ ହୋଇଥିଲା । ତେବେ ପଟିଦାର କୋଟା(ଆରକ୍ଷଣ) ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ହାର୍ଦ୍ଧିକ ଜାମ୍ନଗରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏହି ଅବସରରେ ଅହମ୍ମଦାବାଦଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ହାର୍ଦ୍ଧିକ ଯୋଗଦେଇଥିଲେ ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ହାର୍ଦ୍ଦିକ କଂଗ୍ରେସରେ ଯୋଗଦେବା ନେଇ ସଙ୍କେତ ଦେଇଥିଲେ । ୨୦୧୫ରେ ପଟିଦାର ସଂପ୍ରଦାୟର ଲୋକଙ୍କ ପାଇଁ ସଂରକ୍ଷଣ ଦାବି କରି ସେ ଆନ୍ଦୋଳନ ଆରମ୍ଭ କରିଥିଲେ ।