ତ୍ୱଚାରେ ଚକମ ଆଣିବ ଆଳୁ

0

ଚେହେରାରେ ଚମକ ଆଣିବା ଲାଗି ସାଧାରଣତଃ ମହିଳାମାନେ ନାନା ପ୍ରକାର କ୍ରିମ ଓ ମେଡିସିନ ବ୍ୟବହାର କରୁଛନ୍ତି । ହେଲେ ସେଗୁଡିକ ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହୋଇଥିବାରୁ ବେଳେ ବେଳେ ତ୍ୱଚା ପାଇଁ କ୍ଷତିକାରକ ସାଜିଥାଏ । ହେଲେ ପ୍ରାକୃତିକ ଉପାୟରେ ନିଜେ ଘରେ ମେଡିସିନ ପ୍ରସ୍ତୁତ କରି ନିଜର ଚେହେରାରେ ଚମକ ଆଣିପାରିବେ ।

ଆସନ୍ତୁ, ଜାଣିବା କେମିତି ଆପଣ ତ୍ୱଚାରେ ଚମକ ଆଣିବେ । ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ । ଚେହେରାର ଚମକ ବୃଦ୍ଧି ପାଇବା ସହ କୁଞ୍ଚନ ପଡି ନଥାଏ ।

ଆଳୁ ରସ ନେଇ ସେଥିରେ ଅଳ୍ପ କିଛି କଞ୍ଚା କ୍ଷୀର ମିଶାଇ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ସପ୍ତାହରେ ତିନି ଥର ଏପରି କରିବା ପରେ ଫରକ ଆପଣ ନିଜେ ଜାଣି ପାରିବେ ।

ଗୋଟିଏ ଆଳୁ ନେଇ ରସ ବାହାର କରି ରଖନ୍ତୁ । ପରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ନେଇ ଆଳୁ ରସରେ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ପରେ ଏହାକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ହେଇ ପଡନ୍ତୁ । ସଙ୍ଗେ ସଙ୍ଗେ ତ୍ଵଚାରେ ଫରକ ନଜର ଆସିବ ।
ଏକ ବରଫ ଟ୍ରେରେ ଆଳୁ ରସ ନେଇ ଫ୍ରିଜରେ ରଖିଦିଅନ୍ତି । ଆଳୁ ରସ ବରଫ ହୋଇଯିବା ପରେ ଏହାକୁ ମୁହଁରେ ଘସନ୍ତୁ । ଏହା ଦ୍ବାରା ତ୍ବଚାରୁ ସନ ଟ୍ୟାନ୍ ଦୂର ହେବ ।

ଆଳୁ ଓ ହଳଦୀର ଫେସପ୍ୟାକ ନିୟମିତ ଲଗାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ । ଆଳୁକୁ ପ୍ରଥମେ କୋରି ଦିଅନ୍ତୁ ବା ଗ୍ରାଇଣ୍ଡରେ ପେଶି ଦିଅନ୍ତୁ । ସେଥିରେ ଏକ ଚିମୁଟା ହଳଦୀ ପାଉଡର ଗୋଳାଇ ଚେହେରାରେ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ ।

Leave a comment