ବେବି ପଟାଟୋ ମସଲା
ଆଳୁ ବିନା ଆମ ଓଡିଆଙ୍କ ଘରୁ ତରକାରୀ ରାନ୍ଧିବା ହୁଏତ ସମ୍ଭବ ନୁହେଁ। ଏହା ଏକ ଲୋକପ୍ରିୟ ପରିବା, ଯାହା ସମସ୍ତଙ୍କ ରୋଷେଇ ଘରେ ଥାଏ। ଆଳୁରେ ସବୁ ପ୍ରକାରର ଖାଦ୍ୟ ତିଆରି କରିହୁଏ। କାରଣ ସବୁ ପରିବା ସହ ଆଳୁ ମ୍ୟାଚ୍ କରେ। ତେବେ ଆଜି ଆମେ ଆପଣଙ୍କୁ ଆଲୁରେ ପ୍ରସ୍ତୁତ ଏକ ସ୍ଵାଦିଷ୍ଟ ଖାଦ୍ୟ ତିଆରି କରିବା ବିଷୟରେ କହିବୁ। ଆଜି ଜଣାଇବୁ ବେବି ପଟାଟୋ ବା ଛୋଟ ଆଳୁ ମସଲାର ସ୍ୱାଦିଷ୍ଟ ରେସିପି…
ଆବଶ୍ୟକ ସାମଗ୍ରୀ:-
୫୦୦ ଗ୍ରାମ୍ ଛୋଟ ଛୋଟ ସିଝା ଆଳୁ, ଦୁଇଟି ପିଆଜ ଛୋଟ ଛୋଟ କଟା, ଅଳ୍ପ ଅଦା ରସୁଣ ପେଷ୍ଟ,୧/୪ କପ୍ କଟା ଧନିଆ ପତ୍ର, ୩ ଟା ଶୁଖିଲା ଲଙ୍କା, ୨ ଚାମଚ ଜିରା, ୧ ଚାମଚ ପାନମଧୁରୀ, ୧ ଚାମଚ ଧନିଆ, ୧ ଛୋଟ ଚାମଚ ଗୋଲମରିଚ, ୧ ଛୋଟ ଚାମଚ ଆମଚୁର ପାଉଡର, ଚିମୁଟାଏ ହେଙ୍ଗୁ, ୧ ଚାମଚ ଲେମ୍ବୁ ରସ, ସ୍ୱାଦାନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପ୍ୟାନ୍ରେ ଶୁଖିଲା ଲଙ୍କା, ଧନିଆ, ଗୋଲମରିଚ ଓ ଜିରା ପକାଇ ୨ ମିନିଟ୍ ଶୁଖିଲା ଭାଜନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ପୂରା ଗୁଣ୍ଡ କରି ଦିଅନ୍ତୁ। ଏବେ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ତେଲରେ ହେଙ୍ଗୁ ଓ ଜିରା ପକାଇ ସାମାନ୍ୟ ଭାଜନ୍ତୁ। ଏବେ ଏଥିରେ ପିଆଜ, ଅଦା ରସୁଣ ପେଷ୍ଟ ପକାଇ କସାନ୍ତୁ। ଏହା ଟିକେ ବ୍ରାଉନ ହେବା ବେଳକୁ ଛୋଟ ସିଝା ଆଳୁ,ଲୁଣ, ହଳଦୀ ଗୁଣ୍ଡ ମସଲା ପକାନ୍ତୁ। ଏହା ଧନିଆ ପତ୍ର ଓ ଲେମ୍ବୁ ରସ ପକାଇ ଅଳ୍ପ ଭାଜନ୍ତୁ। ଏବେ ପ୍ଲେଟ୍କୁ କାଢ଼ି ପରଷନ୍ତୁ ବେବି ପଟାଟୋ ମସଲା। ଆପଣ ଏହାକୁ ରୁଟି ପରଟା କିମ୍ବା ଭାତ ସହ ଖାଇ ପାରିବେ।