ହଟିଲା ସମସ୍ତ ପ୍ରତିବନ୍ଧକ: ଦେଶରେ ଉପଲବ୍ଧ ହେବ ପତଞ୍ଜଳି କୋରୋନିଲ କିଟ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ମେଡିସିନ୍‌ କୋରୋନିଲ୍‌କୁ ନେଇ ସମସ୍ତ ବିବାଦର ଅନ୍ତ ଘଟିଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ପଠାଯାଇଥିବା ନୋଟିସ୍‌ର ଉତ୍ତର ପତଞ୍ଜଳି ତରଫରୁ ଦିଆଯିବା ପରେ ଏବେ କୋରୋନିଲର ବିକ୍ରି ପଥ ପରିଷ୍କାର ହୋଇଛି। ଖୁବ୍‌ଶୀଘ୍ର ଏହି ଔଷଧ ମେଡିସିନ୍‌ ଷ୍ଟୋରରେ ଉପଲବ୍ଧ ହେବ ବୋଲି ବାବା ରାମଦେବ ସୂଚନା ଦେଇଛନ୍ତି। ଯୋଗଗୁରୁ ବାବା ରାମଦେବ କହିଛନ୍ତି ଆୟୁଷ ମନ୍ତ୍ରଣାଳୟ ସହ ସମସ୍ତ ମାମଲା ସମାଧାନ ହୋଇଛି। ଆଜିଠାରୁ କୋରୋନିଲ ଓ ଶ୍ୱାସାରୀ ବଟୀ ମିଳିବା ଆରମ୍ଭ ହେବ। ସେ କହିଛନ୍ତି ଆୟୁଷ ମନ୍ତ୍ରଣାଳୟ କୋଭିଡ୍‌ ମ୍ୟାନେଜମେଣ୍ଟ ପାଇଁ ପତଞ୍ଜଳିର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ତାଙ୍କ ବିରୋଧୀଙ୍କ ପ୍ଲାନ୍‌ ଫ୍ଲପ୍‌ ହୋଇଛି ବୋଲି ସେ କହିଛନ୍ତି। ରାମଦେବ ଅଭିଯୋଗ କରିଛନ୍ତି ଯେ ଡ୍ରଗ୍‌ ମାଫିଆମାନେ ଚାହୁଁଥିଲେ କୋରୋନିଲ ଓ ଶ୍ୱାସାରୀ ବ୍ୟାନ୍‌ ହୋଇଯାଉ।

ହରିଦ୍ୱାରସ୍ଥିତ ପତଞ୍ଜଳି ଯୋଗ ପୀଠରେ କୋରୋନିଲକୁ ନେଇ ଯୋଗଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଏକ ପ୍ରେସ୍‌ମିଟ୍‌ ଆୟୋଜନ କରିଥିଲେ। ଏ ଅବସରରେ ରାମଦେବ କହିଛନ୍ତି ଯେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଲଏର ସମ୍ପୂର୍ଣ୍ଣ ରିସର୍ଚ୍ଚ ଆୟୁର୍ବେଦ ବିଭାଗକୁ ପଠାଯାଇଛି। ପାରାମିଟର ଅନୁସାରେ ହିଁ ରିସର୍ଚ୍ଚ କରାଯାଇଛି। ସେ କହିଛନ୍ତି ରୋଗକୁ ମୂଳକୁ ଭଲ କରିବା ଶକ୍ତି କେବଳ ଆୟୁର୍ବେଦର ରହିଛି। ତାଙ୍କ ଦ୍ୱାରା ତିଆରି କରାଯାଇଥିବା ମେଡିସିନ୍‌ କରୋନାରେ ଦେଖାଯାଉଥିବା ଲକ୍ଷଣକୁ କମାଇ ମୂଳକୁ ଶେଷ କରିବାକୁ ସକ୍ଷମ। ଆୟୁଷ ମନ୍ତ୍ରଣାଳୟଠାରୁ ଅନୁମତି ପାଇଥିବାରୁ ଆଜି ଠାରୁ ଏହି ମେଡିସିନ୍‌ ସମସ୍ତ ପତଞ୍ଜଳି ଷ୍ଟୋରରେ ଉପଲବ୍ଧ ହେବ ବୋଲି ରାମଦେବ କହିଛନ୍ତି।

Leave a comment

You cannot copy content of this page