ପାସପୋର୍ଟରେ କାହିଁକି ଲଗାଯାଏନି ହସିବା ଫଟୋ, ଜାଣନ୍ତୁ

0

ପାସପୋର୍ଟ ବିଷୟରେ ତ ଆପଣ ଜାଣିଥିବେ। ତଥାପି ଆଜି ଆମେ ପାସପୋର୍ଟକୁ ନେଇ କିଛି ରୋଚକପୂର୍ଣ୍ଣ କଥା ଜଣାଇବୁ। ଯାହାକୁ ବୋଧହୁଏ ଆପଣ ପୂର୍ବରୁ ଜାଣିନଥିବେ। ପାସପୋର୍ଟ ହେଉଛି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଦସ୍ତାବିଜ୍‌ ଅଟେ। ଯାହା ଅନ୍ତରାଷ୍ଟ୍ରୀୟ ଯାତ୍ରା ପାଇଁ ଯାତ୍ରୀଙ୍କର ପରିଚୟ ଏବଂ ତାଙ୍କ ରାଷ୍ଟ୍ରୀୟତାର ପ୍ରମାଣ ଦେଇଥାଏ। ଏହା ବିନା କୌଣସି ବି ବ୍ୟକ୍ତି ଅନ୍ୟ କୌଣସି ବି ଦେଶକୁ ଯାଇପାରିବେନାହିଁ। ଆଉ ଯଦି ପାସପୋର୍ଟ ବିନା କିଏ ଯାତ୍ରା କରନ୍ତି ତାହେଲେ ଏହା ବେଆଇନ ହୋଇଥାଏ ଏବଂ ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆଯାଇପାରେ।ପାସପୋର୍ଟ ବନାଇବା ସମୟରେ ଯେତେବେଳେ ବ୍ୟକ୍ତିଙ୍କ ଫଟୋ ଉଠାଇବା ପାଳି ପଡିଥାଏ, ସେତେବେଳେ ଉକ୍ତ ତାଙ୍କୁ କୁହାଯାଏ ଯେ ନିଜ ମୁହଁକୁ ଏକଦମ୍‌ ନାଚୁରାଲ ରଖନ୍ତୁ।
ଯଦି ଆପଣ ଏୟାରପୋର୍ଟରେ ଥିବା ଗେଟ ଦେଇ ପ୍ରବେଶ କରୁଛନ୍ତି ତାହେଲେ ସେଠି ଲାଗିଥିବା କ୍ୟାମେରା ଆପଣଙ୍କ ଫେଟୋକୁ ଡିଟେକ୍ଟ କରିବ। ଆପଣଙ୍କ ପାସପୋର୍ଟରେ ଲାଗିଥିବା ଫଟୋ ଏବଂ ଆପଣଙ୍କ ଚେହେରାର ବାୟୋମେଟ୍ରିକ ଯଦି ମେଳ ଖାଇଯାଉଛି ତାହେଲେ ଆପଣ ଆରାମସେ ପ୍ରବେଶ କରିପାରିବେ। ଆଉ ଯଦି ଆପଣଙ୍କ ଫଟୋ ଆଉ ବାୟୋମେଟ୍ରିକ ଚେହେରା ଉଭୟ ଭିତରେ ମେଳ ଖାଉନାହିଁ ତାହେଲେ ଆପଣ ଯାଞ୍ଚର ପରିଷର ଭିତରକୁ ଆସିପାରନ୍ତି। ଏଥିପାଇଁ ପାସପୋର୍ଟ ବନାଇବା ସମୟରେ ଏହି କଥାକୁ ବିଶେଷ ଭାବରେ ଧ୍ୟାନ ରଖିବେ ଯେ ଆପଣଙ୍କ ଫଟୋ ଠିକ ଠାକ୍‌ ଅଛି କି ନାହିଁ।

ପାସପୋର୍ଟରେ ଭଲ ଫଟୋ ରହିବା ପାଇଁ କଳା ରଙ୍ଗର ସାର୍ଟ ପିନ୍ଧନ୍ତୁ। ମୁଣ୍ଡ ଏବଂ କାନ୍ଧ ସିଧା ସାମ୍ନାକୁ ରଖନ୍ତୁ। ମୁଣ୍ଡ ଯେପରି ବହୁତ ଅଧିକ ଉପରକୁ ଉଠିନଥିବ ଏବଂ ଆପଣଙ୍କ କେଶ କାନ ଉପରେ ରହିଥିବା ଜରୁରୀ। ଏହାବ୍ୟତୀତ ଆପଣଙ୍କ ଆଖି ବି ସଫା ବା ପରିଷ୍କାର ଥିବା ଜରୁରୀ।

Leave a comment