ଯାତ୍ରୀବାହୀ ବସ ଦୁର୍ଘଟଣା : 5 ଯାତ୍ରୀ ମୃତ, 30 ଆହତ

0

ମାଲକାନଗିରି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମାଲକାନଗିରି ସୀମାନ୍ତ ବଡୁଗୁଡାମ ନିକଟରେ ଓଲଟିଲା ଯାତ୍ରୀବାହୀ ବସ ଦୁର୍ଘଟଣା । ବସ ଓଲଟି 5 ଯାତ୍ରୀଙ୍କ ମୃତ ହୋଇଥିବା ବେଳେ 30 ଆହତ ହୋଇଥିବା ସୂଚନା । ବସଟି ବିଜୟୱାଡାରୁ ଭବାନୀପାଟଣା ଆସୁଥିଲା । ସମସ୍ତ ମୃତକ ଓଡ଼ିଶାର ହୋଇଥିବା ସୂଚନା । ଆହତଙ୍କୁ ଭଦ୍ରାଚଳମ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଆସୁଥିବା ବେଳେ ମାତ୍ର ୨୦ କିଲୋମିଟର ଦୂରରେ ବସ୍ଟି ମୋଟରୁ ଓଲିଟି ପଡିଥିଲା । ବସ୍ଟି ଦ୍ରୁତଗତିରେ ଆସୁଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିବା ବେଳେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a comment