କରୋନା ଯୋଗୁଁ ଅନିଶ୍ଚିତକାଳ ପାଇଁ ସଂସଦ ସ୍ଥଗିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନିଶ୍ଚିତକାଳ ପାଇଁ ସଂସଦ ସ୍ଥଗିତ କରାଯିବା ନେଇ ଗୃହ ମନ୍ତ୍ରୀ ମୁରଲୀଧରନ ଆଜି ରାଜ୍ୟସଭାରେ କହିଛନ୍ତି । କିନ୍ତୁ ଏହା ପୂର୍ବରୁ ଲୋକସଭାରୁ ପାସ କିଛି ଜରୁରୀ କାର୍ଯ୍ୟକୁୂ ଗୃହରେ ପୂରା କରାଯିବ। ସବୁ ଦଳ ସହମତି କ୍ରମେ ଆଜି ମୌସୁମୀ ଅଧିବେଶନ ବନ୍ଦ ହୋଇପାରେ ।

ଲୋକସଭା ଅଧିବେଶନ ଆଜି ସନ୍ଧ୍ୟା ୬ଟାରେ ଆରମ୍ଭ ହେବ। ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଗତକାଲି ସନ୍ଧ୍ୟାରେ ଏକଥା ଘୋଷଣା କରିଥିଲେ । ରାଜ୍ୟସଭାକୁ ଅଧିକ ସମୟ ଦେବା ପାଇଁ ଏମିତି କରାଯାଉଛି । ଏହା ବ୍ୟତୀତ କରୋନା ସଂକ୍ରମଣ ଯୋଗୁ ବିରୋଧୀ ଦଳର ଦାବି ଥିଲା ମୌସୁମୀ ଅଧିବେଶନକୁ ସମୟ ପୂର୍ବରୁ ଶେଷ କରାଯାଉ।

କୃଷି ବିଲ ପ୍ରସଙ୍ଗରେ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ସଂସଦରର ଦୁଇ ଗୃହକୁ ବହିଷ୍କାର କରିବା ନିଷ୍ପତି ନେବା ସହ ଗତକାଲି ସେମାନେ ଅଧିବେଶନରେ ସାମିଲ ହୋଇ ନ ଥିଲେ। ଏଭଳି ସ୍ଥିତିରେ ସରକାରଙ୍କ ପାଖରେ କୌଣସି ବାଧା ବିନା ସବୁ କାର୍ଯ୍ୟ ଶେଷ କରିବାର ସୁଯୋଗ ରହିଛି । ଏହା ସହ ସଂସଦକୁ ଶୂନ୍ୟକାଳ ମାଧ୍ୟମରେ ନିଜ ପ୍ରସଙ୍ଗ ଉଠାଇବାରେ ଅଧିକ ସମୟ ମିଳୁଛି । ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ଅଧିବେଶନ ଅକ୍ଟେବାର ୧ ତାରିଖ ପର୍ଯ୍ୟନ୍ତ ୧୮ ଦିନ ପାଇଁ ଚାଲିବାର ଥିଲା । ମାତ୍ର କରୋନା ସଂକମ୍ରଣ ଯୋଗୁ ଧାର୍ଯ୍ୟ ସମୟଠାରୁ ୮ ଦିନ ପୂର୍ବରୁ ଶେଷ କରାଯାଉଛି।

Leave a comment