ଭୁଲରେ ପିତାମାତା ନିଜ ସନ୍ତାନ ମାନଙ୍କ ସମ୍ମୁଖରେ କଦାପି ଏଭଳି କଥା କହିବା ଅନୁଚିତ, ନହେଲେ ପିଲାଙ୍କ ଉପରେ ପଡିଥାଏ ଖରାପ ପ୍ରଭାବ

0

ପିତାମାତାଙ୍କ ପାଇଁ ତାଙ୍କ ସନ୍ତାନ ମାନେ ହେଉଛନ୍ତି ସବୁଠୁ ବଡ଼ ପୁଞ୍ଜି । ପ୍ରତ୍ୟେକ ମାତା ପିତା କିଛିଟା ଭୁଲ ଏଭଳି କରି ଥାଆନ୍ତି ଯାହାକି ଗୋଟିଏ ଛୋଟ ପିଲାଟିର ଶୈଶବ ମନ ଉପରେ କେବେ କେବେ ଗଭୀର ପ୍ରଭାବ ପକାଇ ଥାଏ । ଯାହାକୁ ନେଇ ଅଭିଭାବକ ସଚେତନ ରହିବା ନିହାତି ଜରୁରୀ । ଆଜି ଆସନ୍ତୁ ଜାଣିବା କେଉଁ କଥା ଗୁଡ଼ିକ ପିତାମାତା ନିଜ ସନ୍ତାନ ମାନଙ୍କ ସମ୍ମୁଖରେ କଦାପି କହିବା ଉଚିତ୍ ନୁହେଁ ।

-କିଛି ଅଭିଭାବକ ଙ୍କ ନିକଟରେ ଗୋଟିଏ ବିଶେଷ ବଦ୍ ଗୁଣ ରହିଥାଏ ତାହା ହେଉଛି ନିଜ ସନ୍ତାନ ମାନଙ୍କୁ ଅନ୍ୟ ମାନଙ୍କ ସହିତ ତୁଳନା କରି ବସିବା । ଅନ୍ୟ ପିଲାଙ୍କ ର ଭଲଗୁଣ କୁ ନେଇ ଅତି ରଞ୍ଜିତ କରି ବର୍ଣ୍ଣନା କରିବା । କିନ୍ତୁ ଏହା ଠିକ୍ ନୁହେଁ । ଏହା ପିଲାଟିର ଶୈଶବ ମନ ଉପରେ ଖରାପ ପ୍ରଭାବ ପକାଇ ଥାଏ । ପିଲାଟି ଧୀରେ ଧୀରେ ନିଜକୁ ନିଜ ନିକଟରେ ସୀମିତ ରଖି ଦିଏ । ଯାହାକି ତାର ଭବିଷ୍ୟତ କୁ ମଧ୍ୟ ପ୍ରଭାବିତ କରିଥାଏ ।

-ଶିଶୁ ବିଶେଷଜ୍ଞ ଙ୍କ ମତରେ କିଛି ମାତା ପିତା ରହି ଥାଆନ୍ତି ଯିଏ କି ଦିନ ସାରା ନିଜ ପିଲାଟି ର ବିଭିନ୍ନ କାର୍ଯ୍ୟ କୁ ନେଇ ତାକୁ ରୋକ୍ ଟୋକ କରି ଥାଆନ୍ତି । ଯେଉଁ କାରଣରୁ ପିଲାଟି ଭୟ ରେ ଆତୁର ହୋଇ ଘରେ ମଧ୍ୟ ଭୟ ର ବାତାବରଣ ରେ ରହିଥାଏ ଓ ବାହାରେ ବିଭିନ୍ନ ପ୍ରକାର ଖରାପ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାଏ ।

-ପିଲାମାନେ ଯେତେବେଳେ ମା କିମ୍ବା ବାପା ଙ୍କ ନିକଟରେ ସ୍ଥିର ହୋଇ ବସି ରହି ଥାଆନ୍ତି ସେମାନଙ୍କ ମାତାପିତା ପିଲାଟି ର ଦିନ ସାରା କରିଥିବା ବିଭିନ୍ନ ଭୁଲ କୁ ନେଇ ତାଙ୍କୁ ସମାଲୋଚନା କରି ଥାଆନ୍ତି। ଯାହାକି ପିଲାଟିର ଶିଶୁ ସୁଲଭ ଗୁଣ କୁ ପ୍ରଭାବିତ କରିଥାଏ ଓ ତାର ମନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇ ଥାଏ । ଯେଉଁ କାରଣରୁ ସେ ପିତାମାତା ଙ୍କ ନିକଟ ରୁ ବିଶେଷ ଦୂରତା ରଖିବା ପାଇଁ ଚେଷ୍ଟା କରିଥାଏ ।

– ଆଜିକାଲି ର ପିତାମାତା ନିଜ ବ୍ୟସ୍ତ ବହୁଳ ଜୀବନ କୁ ନେଇ ଏତେ ଅଧିକ କ୍ରୋଧ ର ଶିକାର ହେଉଛନ୍ତି ଯେ ରାଗିଗଲେ ଅପଶବ୍ଦ ମଧ୍ୟ ପ୍ରୟୋଗ କରିବାକୁ ପଛାଉ ନାହାନ୍ତି । ଏଥିପ୍ରତି ମା ବାପା ସଚେତନ ରହିବା ଆବଶ୍ୟକ । କାହିଁକି ନା ଏହି ସ୍ଵଭାବ ସେମାନଙ୍କ ର ପିଲାଟିର ଜୀବନ କୁ ପ୍ରଭାବିତ କରି ନଦେଉ ।

– ନିଜ ସନ୍ତାନ ସହିତ କଦାପି ଏଭଳି କିଛି କଥା ହୁଅନ୍ତୁ ନାହିଁ, ଯାହାକି ବାହାରେ ଆପଣଙ୍କ ପିଲା ର ଭାବମୂର୍ତ୍ତି କୁ ପ୍ରଭାବିତ କରିବ । ଯେପରିକି ପର ଆଲୋଚନା କରିବା, ଘରର ଆର୍ଥିକ ସ୍ଥିତି କୁ ନେଇ କଦାପି କୌଣସି ଏଭଳି କିଛି କୁହନ୍ତୁ ନାହିଁ ଯାହା ଆପଣଙ୍କ ଭାବ ମୂର୍ତ୍ତି କୁ ପ୍ରଭାବିତ କରିବ ।

Leave a comment