ହିନ୍ଦୁ ଧର୍ମରେ କାହିଁକି ହାତରେ କଡ଼ା ପିନ୍ଧିବାର ମାନ୍ୟତା ରହିଛି

0

ଆମେ ପ୍ରାୟତଃ ଅଧିକାଂଶ ହିନ୍ଦୁ ମନ୍ଦିରରେ ବିଭିନ୍ନ ଧାତୁରେ କଡା ପୂଜା ହେଉ ଥିବାର ଦେଖିବାକୁ ପାଇଥାଉ l ଶାସ୍ତ୍ରର ମାନ୍ୟତା ଅନୁସାରେ ମନ୍ଦିରରେ କଡା ପୂଜା କରି ଧାରଣ କରିବା ଦ୍ୱାରା ଅନେକ ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ l ସୁନା,ରୁପା,ତମ୍ବା,ବ୍ୟତୀତ ପାରଦ ର ଧାତୁ କଡା ମଧ୍ୟ ଧାରଣ କରିବାକୁ କୁହାଯାଏ l

ଧାର୍ମିକ ମାନ୍ୟତା ଅନୁସାରେ ପାରଦ କୁ ଭଗବାନ ଶିବଙ୍କ ଅଂଶ ଭାବରେ ଗଣନା କରାଯାଇ ଥାଏ l ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଜୀବନ୍ତ ଧାତୁ କୁହାଯାଏ l ପାରଦ ଧାତୁକୁ ହାତରେ ଧାରଣ କରିବା ଦ୍ୱାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ l ତା ସହିତ ଜୀବନର ସମସ୍ତ ଅସୁବିଧା ମଧ୍ୟ ଦୂର ହୋଇ ଯାଇଥାଏ l ସମସ୍ତ ସଙ୍କଟ ରୁ ମୁକ୍ତି ମିଳିଥାଏ l

ପାରଦ କଡା ଧାରଣ କରିବାର ଲାଭ-

– ନକାରାତ୍ମକ ଶକ୍ତି ହୋଇଥାଏ ଦୂର – ଧାର୍ମିକ ଗ୍ରନ୍ଥରେ ପାରଦ ଧାତୁ ମହାଦେବଙ୍କ ସ୍ୱରୂପ ହୋଇଥିବା କାରଣରୁ ଏହାକୁ ଧାରଣ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଠାରୁ ନିଜକୁ ଦୁରେଇ ରଖି ହୁଏ l ତେଣୁ କଡା ପିନ୍ଧିବା ହିନ୍ଦୁ ମାନ୍ୟତା ଅନୁସାରେ ଉପଯୁକ୍ତ ଅଟେ l

– ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ – ହିନ୍ଦୁ ଧର୍ମରେ ତମ୍ବା ଧାତୁ କୁ ରିଷ୍ଟ ଖଣ୍ଡନ ପାଇଁ ଗୁରୁତ୍ୱ ଦିଆଯାଏ l ଯେଉଁ ରାଶିରେ ସୂର୍ଯ୍ୟ ଦୁର୍ବଳ ଥାଆନ୍ତି ସେହି ରାଶିର ବ୍ୟକ୍ତି ତମ୍ବା ରେ ପ୍ରସ୍ତୁତ କଡାକୁ ପୂଜା କରି ଧାରଣ କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

– ପୁରୁଷ ମାନଙ୍କ ର ଆୟୁ ବୃଦ୍ଧି ହୋଇଥାଏ – ଯେଉଁ ପୁରୁଷ ଧାତୁ ନିର୍ମିତ କଡା କୁ ପୂଜା କରି ହାତରେ ଧାରଣ କରିଥାଏ ତାର ସମସ୍ତ ବିଘ୍ନ ଖଣ୍ଡନ ହୋଇଥାଏ l ସେଥିପାଇଁ ରୁପାର କଡାକୁ ନେଇ ଶିବଲିଙ୍ଗରେ ଛୁଆଁଇ ଧାରଣ କରିବା ଆବଶ୍ୟକ l

– ରୋଗ ନାଶ କରିଥାଏ – ରୂପା କଡାକୁ ପୂଜା କରି ଧାରଣ କରିବା ଦ୍ୱାରା ରୋଗ ବୈରାଗ ନାଶ ହୋଇଥାଏ l ତା ସହିତ ଐଶ୍ୱର୍ଯ୍ୟ ଲାଭ ହୋଇଥାଏ ଓ ପୁରୁଷ ମାନଙ୍କ ଜୀବନରେ ସୁଖସମୃଦ୍ଧି ଆଣିଥାଏ l

Leave a comment