ପାଣ୍ଡିଆନଙ୍କ ଟାର୍ଗେଟରେ ଦୁଇ ଆଇଏଏସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଣ୍ଡିଆନଙ୍କ ଟାର୍ଗେଟରେ ଦୁଇ ଆଇଏଏସ । ଦୁଇ ଆଇଏଏସଙ୍କୁ ଧୋଇବେ ପାଣ୍ଡିଆନ । ଆଉ ନାହିଁ ସରକାରୀ ବେଡି । ଏବେ ଆରମ୍ଭ ହେବ ଆଇଏଏସ ମାନଙ୍କ ବୟାନବାଜି । ଏବେ ପୁଣି ଚଞ୍ଚଳ ହୋଇ ଉଠିବ ରାଜ୍ୟ ରାଜନୀତି, ଆସିବ ନୁଆ ମୁଦ୍ଦା । ଟଣା ଓଟରା ହେବେ ପ୍ରଶାସକ ରୁ ପାଲଟି ଥିବା ରାଜନେତା । ଆରୋପ ପ୍ରତ୍ୟାରୋପ ପର୍ବ ଆରମ୍ଭ ହେବ । କିନ୍ତୁ ଏଥର ରାଜନୀତି ଟିକେ ଭିନ୍ନ ହେବ କାହିଁକି ନା ଏଥର ରାଜନୀତି ରେ ଆଉ ଦେଖିବାକୁ ମିଳିବ ପୁର୍ବତନ ଆଇଏଏସବମାନଙ୍କ ମଧ୍ୟରେ ଲଢେ଼ଇ। କାରଣ ପଣ୍ଡିଆନ ଏବେ ସରକାରୀ ବେଡିରୁ ପୁରା ପୁରି ମୁକ୍ତ । ଦୁଇ ପୁର୍ବତନ ଆଇଏଏସ ତାଙ୍କୁ ଯେତେ ଟାର୍ଗେଟ କରୁଥିଲେ ମଧ୍ୟ ପ୍ରତି ଉତ୍ତର ବଦଳରେ ସରକାରୀ ବେଡି ପଡ଼ିଥିବାରୁ ନିରବ ହୋଇ ରହୁଥିଲେ ।
ଏବେ କିନ୍ତୁ ହେବ ଓଲଟା । ଆଗରୁ ଯେକୌଣସି ସରକାରୀ କାର୍ଯ୍ୟକ୍ରମ ହେଉଥିଲା ସେ ମୁଖ୍ୟମନ୍ତ୍ରୀ ଙ୍କ ପଛରେ ବସୁଥିଲେ ଏବେ ସରକାରୀ ପଞ୍ଜୁରୀ ରୁ ମୁକ୍ତ ହେବାପରେ କାଲିଠାରୁ ନୂଆ କରି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅତିଥିଭାବେ ବସିଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ରାଜନୈତିକ ସମୀକ୍ଷକ ଙ୍କ କହିବା ଅନୁଯାୟୀ, ଏଥର କିନ୍ତୁ ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ତିନି ଆଇଏଏସଙ୍କ ଭିତରେ ଲଢେ଼ଇ ଦେଖିବାକୁ ମିଳିବ। ସିଧା ସିଧା କହିବାକୁ ଗଲେ ଏଥର ନିର୍ବାଚନରେ ଆଇଏଏସ ମାନଙ୍କ ମଧ୍ୟରେ ଲଢେ଼ଇ ହେବ । ଏମିତି ନୁହେଁ କି ରାଜ୍ୟରେ ନେତା ନାହାଁନ୍ତି । କିନ୍ତୁ ତିନି ପ୍ରମୁଖ ରାଜନୈତିକ ଦଳର ଚେହେରା ସାଜିଛନ୍ତି ତିନି ଆଇଏଏସ । ପ୍ରଥମେ ଚାକିରି ଛାଡି ରାଜନୀତିରେ ପାଦ ଥାପିଲେ ଅପରାଜିତା, ସେ ଭୁବନେଶ୍ୱର ରୁ ସାଂସଦ ଭାବରେ ନିର୍ବାଚନ ବି ଜିତିଲେ। ପରେ ଏକଦା ରାଜ୍ୟ ସରକାରଙ୍କ ଅତି ଘନିଷ୍ଠ ରହି ଆସିଥିବା ବିଜୟ ପଟ୍ଟନାୟକ ମଧ୍ୟ ଚାକିରି ପରେ କଂଗ୍ରେସ ରେ ଯୋଗ ଦେଲେ ଏବଂ କଂଗ୍ରେସ ର ଜଣେ ପ୍ରମୁଖ ଚେହେରା ସାଜିଲେ। ବେଶ କିଛି ଦିନ ହେବ ଏ ଦୁହେଁ ମିଶି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କୁ ବିଭିନ୍ନ ପ୍ରକାରର ମୁଦ୍ଦା ନେଇ ଘେରି ଚାଲୁଥିଲେ । ସେପଟେ ପାଣ୍ଡିଆନ ଯେହେତୁ ସରକାରୀ କାର୍ଯ୍ୟରେ ନିୟୋଜିତ ଥିଲେ ତେଣୁ ଏମାନଙ୍କୁ ସେ ସିଧା ସଳଖ ଟାର୍ଗେଟ କରିପାରୁ ନଥିଲେ, ସବୁବେଳେ ତାଙ୍କୁ ବିରୋଧୀଙ୍କୁ ଜବାବ ଦେବା ପାଇଁ ବିଜେଡ଼ି ଦଳର ନେତାଙ୍କ ସାହାରା ନେବାକୁ ପଡ଼ୁଥିଲା ।
କିନ୍ତୁ ସେ ଏବେ ସରକାରୀ ପଞ୍ଜୁରୀ ଭିତରୁ ମୁକ୍ତ ହୋଇ ସାରିଛନ୍ତି। ଆଗମୀ ଦିନରେ ସେ ଏକ ପ୍ରକାର ବିଜେଡ଼ିର ପ୍ରମୁଖ ଦାୟିତ୍ଵ ବହନ କରିବା ନିଶ୍ଚିତ । ତେଣୁ ବିଜେଡ଼ି ପକ୍ଷରୁ ଶ୍ରୀଯୁକ୍ତ ପାଣ୍ଡିଆନ୍ ଏଥର ନିର୍ବାଚନରେ ବିଜେଡିର ପ୍ରମୁଖ ଚେହେରା ହୋଇ ସାରିଛନ୍ତି । ଏପଟେ ବିଜୟ ଏବଂ ଅପରାଜିତା ନିଜ ନିଜ ଦଳର ପ୍ରମୁଖ ଚେହେରା ହେବା ପାଇଁ ଜୋରଦାର ଚେଷ୍ଟା ମଧ୍ଯ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ବିଜେଡ଼ିରେ ନବୀନ ବାବୁଙ୍କ ହାତ ପଣ୍ଡିଆନଙ୍କ ପଛରେ ଥିବା ବେଳେ ବିଜେପି ଏବଂ କଂଗ୍ରେସର ନେତା ମାନେ ବିଜୟ ଏବଂ ଅପରାଜିତାଙ୍କୁ ପଛକୁ ଗୋଡ଼ ଟାଣିବାରେ ଲାଗିପଡିଛନ୍ତି । ଏହାରି ଭିତରେ ଆଗମୀ ନିର୍ବାଚନରେ ଏହି ତିନି ପ୍ରମୁଖ ଆଇଏଏସଙ୍କ ମଧ୍ୟରେ କାହା ପଲ୍ଲା ଭାରି ରହିବ ତାହା ଆଗମୀ ଦିନରେ ଜଣା ପଡ଼ିବ।