ପୁଣି ବଢ଼ିଲା ପାନ-ଆଧାର କାର୍ଡ ଅବଧି

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ପୁଣି ବଢ଼ିଲା ପାନ-ଆଧାର କାର୍ଡ ଲିଙ୍କର ତାରିଖ । କେନ୍ଦ୍ର ସରକାର ଆଉ ୩ ମାସ ଅବଧି ବଢ଼ାଇଲେ । ଆଧାର କାର୍ଡ ଓ ପାନ୍‌ କାର୍ଡ ଲିଙ୍କ କରିବା ଲାଗି ଆସନ୍ତା ସେପ୍ଟମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହାର ଶେଷ ତାରିଖ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଥିଲା । ହେଲେ କରୋନା ସଂକ୍ରମଣ ପାଇଁ ଏହାର ଅବଧି ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି ।

Leave a comment