ଦାବିଲା ପଳାଶୁଣୀ ଓଭରବ୍ରିଜ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ରବିବାର ପୁଣି ଏକ ଓଭରବ୍ରିଜ ଦବିଯିବାରୁ ଆତଙ୍କ ସୃଷ୍ଟି ହୋଇଛି । ଗତକାଲି ଅପରାହ୍ନରେ ଲୋକେ ସ୍ୱାଭାବିକ ଭାବେ ପଳାଶୁଣୀ ଓଭରବ୍ରିଜରେ ଯାତାୟାତ କରୁଥିଲେ । ଏହି ସମୟରେ ହାଇଟେକ ଛକ ନିକଟରେ ପୁରୀ-କଟକ ବାଇପାସ ଓଭରବ୍ରିଜ ହଠାତ ୬ ଇଞ୍ଚ ଦବିଯାଇଥିଲା । ତେଣୁ ସେହି ସ୍ଥାନରୁ ରାସ୍ତା ପଯ୍ୟନ୍ତ ଏକ ଫାଟ ସୃଷ୍ଟି ହୋଇଥିଲା । ଏହି ଖବର ପ୍ରଚାରିତ ହେବାପରେ ସେଠାରେ ସ୍ଥାନୀୟ ଲୋକ ଜମା ହୋଇଯାଇଥିଲେ । ନିମ୍ନ ମାନର କାର୍ଯ୍ୟ ହେବା ନେଇ ରାସ୍ତାରୋକ କରିଥିଲେ । ତେଣୁ କିଛି ସମୟ ପାଇଁ ଯାତାୟାତ ଠପ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ଓଭରବ୍ରିଜ ଦବିବା ଖବର ପ୍ରଚାର ହେବାପରେ ଏନଏଚ୍ଏଆଇ ଏକ ଟିମ, ଆମ୍ବୁଲାନ୍ସ ଏବଂ କ୍ରେନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେହିପରି ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କାରେ ଡିସିପି ଅନୁପ ସାହୁ, ଶହୀଦନଗର ଥାନା ଅଧିକାରୀ ବିରଞ୍ଚି ପତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

Leave a comment