ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ ଗିରଫ

0

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କଲା ପୋଲିସ । ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛିନ୍ତି । ତେବେ ଗାୟକ ଏକ କନସର୍ଟରେ ଯୋଗ ଦେବା ପାଇଁ ଦୁବାଇ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାହତ ଫତେହ ଅଲି ଖାନଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ଏହି ଗାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କରାଯାଇଛି। ଏହା ମଧ୍ୟ କୁହାଯାଉଛି ଯେ ରାହତ ଫତେହ ଅଲି ଖାନଙ୍କୁ ୟୁଏଇରେ ରହିବା ସମୟରେ ବୁର୍ଜ ଦୁବାଇ ପୋଲିସ ଷ୍ଟେସନରେ ଅଟକ ରଖାଯାଇଥିଲା।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦୀର୍ଘ ଦିନ ଧରି ରାହତ ଫତେହ ଅଲି ଖାନ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ସଲମାନ ଅହମ୍ମଦ ଦୁବାଇ ଏବଂ ଅନ୍ୟାନ୍ୟ ସହରରେ ଗାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ନେଇ ସୂଚନା ରହିଛି ।

Leave a comment