ପାକିସ୍ତାନ ମିଛର ପ୍ରମାଣ ଦେଲେ ୩ ସେନାଧିକାରୀ, କହିଲେ କୌଣସିବି କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଆକ୍ରମଣ ସମ୍ପର୍କରେ ମିଛ କହୁଥିବା ଭାରତର ୩ ବାହିନୀର ସେନାଧିକାରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପାକିସ୍ତାନ ମିଛ କହୁଥିବା ୩ ସେନାଧିକାରୀ ପ୍ରମାଣ ସହ ଦେଶବାସୀଙ୍କୁ ଜଣାଇଛନ୍ତି ।
ସେମାନଙ୍କ ସୂଚନା ଅନୁସାରେ, ଗତ ୨୭ ତାରିଖରେ ପାକିସ୍ତାନର କେତେକ ଯୁଦ୍ଧ ବିମାନ ଏଲ୍ଓସି ଡେଇଁ ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହାକୁ ଭାରତ ବାୟୁସେନା ଯୁଦ୍ଧ ବିମାନ ଅଟକାଇଥିଲା । ଏଥିସହ ଭାରତର ମିଗ୍-୨୧ର ଗୁଳିମାଡ଼ରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏୟାର ଭାଇସ ମାର୍ଶଲ ଆରଜିକେ କପୁର କହିଛନ୍ତି । ତେବେ ବାଲାକୋଟ ଏୟାର ଷ୍ଟ୍ରାଇକ୍ର ସଫଳତାର ପ୍ରମାଣ ରାଜନୀତିକ ନେତୃବୃନ୍ଦ ରିଲିଜ୍ କରିବେ କି ନାହିଁ ସେମାନେ ନିଷ୍ପତ୍ତି ନେବେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଏଥିସହ ପାକିସ୍ତାନ ପକ୍ଷରୁ ଯେ କୌଣସି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବାକୁ ସ୍ଥଳ, ବାୟୁ ଓ ନୌସେନା ପ୍ରସ୍ତୁତ ବୋଲି ୩ ସେନାଧିକାରୀ କହିଛନ୍ତି।