କାଶ୍ମୀର ଭାରତର ବୋଲି କହିଥିବା ୨ ସାମ୍ବାଦିକଙ୍କୁ ବହିଷ୍କାର କଲା ପାକିସ୍ତାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଶ୍ମୀରକୁ ଭାରତର ବୋଲି ଦର୍ଶାଇଥିବା ୨ ସାମ୍ବାଦିକଙ୍କୁ ବହିଷ୍କାର କରିଛି ପାକିସ୍ତାନ। ପାକିସ୍ତାନ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠିବା ପରେ ଇମ୍ରାନ ଖାନ ସରକାର ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ୬ ତାରିଖରେ ଏହି ଘଟଣା ଘଟିଥିଲା। ଦେଶର ସରକାରୀ ଗଣମାଧ୍ୟମ ପିଟିଭିରେ ଏକ ଖବର ପ୍ରସାରଣ ସମୟରେ
ସୂଚନାଯୋଗ୍ୟ, ପାକିସ୍ତାନର ଏକ ମ୍ୟାପ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ କାଶ୍ମୀର ଭାରତର ବୋଲି ଦର୍ଶାଯାଇଥିଲା। ୮ ତାରିଖରେ ଏହି ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ଉଠାଯାଇଥିଲା। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଥିଲା। ଘଟଣାର ତଦନ୍ତ ପରେ ୨ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଛି।

Leave a comment