ପଦ୍ମପୁର ଉପନିର୍ବାଚନ; ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ଘରୁ ନିଜ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ମାଆଙ୍କୁ ମୁଣ୍ଡିଆ ମାରି ନାମାଙ୍କନ ପାଇଁ ବାହାରିଥିଲେ। ଦଳୀୟ ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ଏଇଠି ରହି ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଆଜି ସକାଳେ ବର୍ଷା ମାଣ୍ଡୋସିଲ ସ୍ଥିତ ବୁଢାରାଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ପାଇକମାଲ ନୃସିଂହନାଥ ଠାରେ ବିନ୍ଧ୍ୟାବାସୀନି ଠାକୁରାଣୀଙ୍କ ଦର୍ଶନ କରିଥିଲେ। ସେପଟେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିବେ।