ପଞ୍ଚାୟତ ଫଳାଫଳ: ବିଜେଡିର ରେକର୍ଡ

0

୨୦୨୨ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଯେତେ ସରି ସରି ଆସୁଛି ବିଜେଡି ସେତେ ଆଗେଇ ଚାଲିଛି । ସାରା ରାଜ୍ୟର କୋଣ ଅନୁକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଓ ବିକାଶମୂଳକ ଯୋଜନାକୁ ମିଳିଛି ଜନ ସମର୍ଥନ ।

ବର୍ତ୍ତମାନ ସୁଦ୍ଧା ୮୫୨ ଜିଲ୍ଲା ପରିଷଦ ଜୋନରୁ ୮୫୧ ଜୋନର ଫଳାଫଳ ଆସିଛି । ୭୬୨ ଜୋନରେ ବିଜେଡି ଆଗରେ ଚାଲିଛି । ଏଥିମଧ୍ୟରୁ ୫୪୩ ଆସନରେ ବିଜେଡି ବିଜୟ ବାନା ଉଡାଇ ସାରିଛି ।

ଅନ୍ୟପକ୍ଷରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ହାପ ସେଞ୍ଚୁରୀ ମାରିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି । ୨୦୧୭ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇ ୨୫୦ରୁ ଜିଲ୍ଲା ପରିଷଦ ଜୋନ ଜିତିଥିବା ବିଜେପି ମାଟି କାମୁଡ଼ି ପଡିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗରେ ଚାଲିଛି । ବିଜେପିର ମିଛ, ଛଳନା, ଅହଂକାରର ଉତ୍ତର ଓଡ଼ିଶାବାସୀ ବାଲାଟ ପେପରରେ ଦେଇଛନ୍ତି ।

କଂଗ୍ରେସ କଥା ନକହିବା ଭଲ । ସର୍ବ ପୁରାତନ ଜାତୀୟ ଦଳ କଂଗ୍ରେସ ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିଲେ ବି ଏଥିରୁ କିଛି ଶିଖିବା ଭଳି ମନେ ହେଉନାହିଁ । ଓଡ଼ିଶାରେ ଅସ୍ତିତ୍ବ ହରାଇବାକୁ ବସିଥିବା ଏହି ଜାତୀୟ ଦଳ ୪୬ଟି ଜୋନରେ ଆଗରେ ରହିଛି । ଏଥିରୁ ୩୧ଟିରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଅନ୍ୟମାନଙ୍କ ଖାତାକୁ ୭ଟି ଆସନ ଯାଇଛି ।

ଚଳିତ ଜନମତରେ ସବୁଠୁ ବଡ଼ ପଞ୍ଚାୟତ ସ୍କୋର କରିବାକୁ ଯାଉଛି ବିଜେଡି । ବିରୋଧୀ ଆଖପାଖରେ ନାହାନ୍ତି । ଏପରିକି ୫୦ ଅଙ୍କ ଛୁଇଁବାକୁ ଘୋଡାଡି ହେଉଛନ୍ତି ବିଜେପି ଓ କଂଗ୍ରେସ ।

Leave a comment