ନୂତନ ଓଡ଼ିଶା ଗଠନ ପାଇଁ ଆମ ସରକାର ସର୍ବଦା କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସରକାରଙ୍କ ଚତୁର୍ଥ ତଥା ଶେଷ ମନ୍ତ୍ରୀ ପରିଷଦ ବୈଠକ ମଙ୍ଗଳବାର ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ୫ବର୍ଷରେ ରାଜ୍ୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ଜନହିତକର ଯୋଜନା ଓ ଏହାର ସଫଳତା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀମାନେ ମତ ରଖିଥିଲେ ।

ଏହି ଅବସରରେ ନବୀନ କହିଛନ୍ତି, ସମସ୍ତ ଓଡ଼ିଶାବାସୀ ମୋ ପରିବାର । ରାଜ୍ୟ ସରକାର ସବୁବେଳେ ଓଡ଼ିଶାବାସୀଙ୍କ ନିମନ୍ତେ କାର୍ଯ୍ୟ କରିଛନ୍ତି । ନୂତନ ଓଡ଼ିଶା ଗଠନ ନିମନ୍ତେ ରାଜ୍ୟ ସରକାରଙ୍କର ସବୁବେଳେ ଉଦ୍ୟମ ରହିଆସିଛି । ଜଗନ୍ନାଥଙ୍କ ଆଶୀର୍ବାଦରୁ ମୋ ପରିବାରର ସେବା କରିବାର ସୁଯୋଗ ପାଇଛି । ଏଥିସହ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ କହିଥିଲେ । ଏହି ଅବସରରେ କାଳିଆ ଯୋଜନାରେ କେତେକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା । ଏଥିସହ କାଳିଆ ଯୋଜନାର ସଫଳତା ସମ୍ପର୍କରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମତ ରଖିଥିଲେ ।

Leave a comment