ଓଡ଼ିଆ ସହିଦ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାର ଦୁଇଜଣ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେବାଶିଷଙ୍କ ବାପାମା’ ଏବଂ ସୁଧୀରଙ୍କ ମା’ ଏହି ମରଣୋତ୍ତର ସମ୍ମାନ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି।

ସାହସିକତା ଓ ବୀରତ୍ୱ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତ ସାନଭଦୁଆ ଗ୍ରାମର ଏସଓଜି କମାଣ୍ଡୋ ଥିଲେ ସହିଦ ସୁଧୀର ଟୁଡୁ। କନ୍ଧମାଳ ସୀମାନ୍ତ ସିର୍କୀ ଜଙ୍ଗଲରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ଦେଶମାତୃକା ସେବାପାଇଁ ସୁଧୀର ଟୁଡୁ ସହିଦ ହୋଇଥିଲେ। ତାଙ୍କର ଅପୂର୍ବ ବୀରତ୍ୱ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୫ ଅଗଷ୍ଟ ୨୦୨୧ରେ ସ୍ୱାଧୀନତା ଦିବସରେ ମରଣୋତ୍ତର ‘ଶୌର୍ଯ୍ୟଚକ୍ର’ ଘୋଷଣା କରାଯାଇଥିଲା। ସହିଦ ସୁଧୀରଙ୍କ ମା ଜଉନା ଟୁଡୁଙ୍କୁ ଏହି ଶୌର୍ଯ୍ୟଚକ୍ର ଗ୍ରହଣ କରିଛନ୍ତି। ସେହିପରି ସହିଦ ଦେବାଶିଷ ସେଠୀ ଏସଓଜି କମାଣ୍ଡର ଥିଲାବେଳେ ସହିଦ ହୋଇଥିଲେ। ତାଙ୍କ ବାପା ସନାତନ ସେଠୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।

Leave a comment