ପିଲାଙ୍କ ପ୍ରଶ୍ନ ବ୍ୟାଙ୍କ ପାଇଁ ଓଡିଆ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା

0

ବୌଦ୍ଧ: ବୌଦ୍ଧ ସହରର ରାଜବାଟୀ ନିକଟସ୍ଥ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୁଷ୍ପଗିରି ଛାତ୍ରାବାସ ଠାରେ ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ବିଷୟରେ ପ୍ରଶ୍ନ ବ୍ୟାଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶ୍ନ ପ୍ରସ୍ତୁତି କର୍ମଶାଳା ଉଦଘାଟିତ ହୋଇଯାଇଛି।
ଏହି କର୍ମଶାଳାରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଯୋଗଦାନ କରି ନିଜର ବକ୍ତବ୍ୟ ରଖିବା ସହ ନିୟମିତ ଭାବରେ ବହି ପଢିବାକୁ ପିଲାଙ୍କୁ ପ୍ରୋତ୍ସାହିତ କରିବା, ନିଜେ ଜାଣିଲେ ପିଲାଙ୍କୁ ଜଣାଇପାରିବା, ପିଲାଙ୍କ ପାଇଁ ଜ୍ଞାନ, ବୋଧ, ପ୍ରୟୋଗ ଓ କୌଶଳାତ୍ମକ ପ୍ରଶ୍ନ ପ୍ରସ୍ତୁତି ଉପରେ ପରାମର୍ଶ ଦେଇଥିଲେ। ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ସେଠୀ, ଶର୍ମିଷ୍ଠା ଗଡ଼ନାୟକ ଓ ଅନୁପମା ମେହେରଙ୍କ ତତ୍ୱାବଧାନରେ ଜିଲ୍ଲାର ତିନି ବ୍ଲକରୁ ତିରିଶ ଜଣ ଶିକ୍ଷକ ଉପସ୍ଥିତ ରହି ଉକ୍ତ କର୍ମଶାଳାରେ ଯୋଗଦାନ କରିଥିଲେ। ଏହି କର୍ମଶାଳା ମାର୍ଚ୍ଚ ୨୧ତାରିଖ ଠାରୁ ୨୪ତାରିଖ ଯାଏ ଚାଲିବ।

Leave a comment