‘ଅଗ୍ନିପଥ’କୁ ବିରୋଧ : ୪୦ରୁ ଊର୍ଦ୍ଧ୍ଵ ଟ୍ରେନ୍ ବାତିଲ

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ସବୁଠି ହିଂସା ଓ ଆନ୍ଦୋଳନ ଦେଖିବାକୁ ମିଳୁଛି । ଆନ୍ଦୋଳନରେ ବିଶେଷ ପ୍ରଭାବିତ ହୋଇଛି ଟ୍ରେନ୍ ସେବା। ‘ଅଗ୍ନିପଥ’କୁ ବିରୋଧ ଯୋଗୁ ୪୦ରୁ ଊର୍ଦ୍ଧ୍ଵ ଟ୍ରେନ୍ ବାତିଲ କରାଯାଇଛି । ଗତକାଲି ରେଳ ବିଭାଗ ପକ୍ଷରୁ ୪୪ଟି ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ହୋଇଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ ୪୫ଟି ଟ୍ରେନ୍ ବାତିଲ କରାଯାଇଛି ।

ଏନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇର ଜନସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ଅଗ୍ନିପଥ’ର ବିରୋଧରେ ବିହାରରେ ଚାଲିଥିବା ଆନ୍ଦୋଳନ ଯୋଗୁ ଗତକାଲି କିଛି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଆଜି ଓ ଆସନ୍ତାକାଲି ପାଇଁ କିଛି ଟ୍ରେନ୍ ବାତିଲ ହୋଇଛି । ସ୍ୱତନ୍ତ୍ର ଟ୍ରେନ୍ ସମେତ ଆଜି ଓ ଆସନ୍ତାକାଲି ପାଇଁ ୪୫ଟି ଟ୍ରେନ୍ ବାତିଲ ହୋଇଛି ।

Leave a comment