ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୃହରେ ହଙ୍ଗାମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ଗତକାଲି ଗୃହରେ ହଟ୍ଟଗୋଳ କରିଛନ୍ତି ବିଜେପିଓ କଂଗ୍ରେସ । ତିନି ଦିନ ତଳେ କେନ୍ଦ୍ରାପଡ଼ା ସହରର ଦଣ୍ଡାମୁଣ୍ଡ ଛକରେ ହୋଇଥିବା ଗୁଳିକାଣ୍ଡ ଓ ଦୁଇଦିନ ତଳେ ପଟ୍ଟନାୟିକା ଛକରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ହୋଇଛି । ରାଜ୍ୟରେ ଅରାଜକତା ଦେଖାଦେଇଛି । ଦିନ ଦ୍ୱିପ୍ରହରରେ ଅପରାଧୀମାନେ ଖୋଲା ଖୋଲି ବୁଲୁଥିବା ବେଳେ ଲୋକାରଣ୍ୟରେ ଗୋଡ଼ାଇ ଗୋଡାଇ ହତ୍ୟା କରୁଛନ୍ତି । ରାଜ୍ୟରେ ବଳାତ୍କାର, ଚୋରି, ଡକାୟତି ଆଦି ବଢ଼ି ଚାଲିଛି ।

ରବିବାର ୩୧୬ ନଂ ଜାତୀୟ ରାଜପଥ ପଟ୍ଟନାୟିକିଆ ଛକରେ ୩ ଜଣଙ୍କୁ ର୍ନିମମ ଭାବେ ହତ୍ୟା କରିବା ରାଜ୍ୟର ଆଇନଶୃଙ୍ଖଳାକୁ ପଦାରେ ପକାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରି ବିରୋଧୀ କଂଗ୍ରେସ ଏବଂ ବିଜେପିର ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ । ସରକାର ଏହାର ଜବାବ ନରଖିବା ପର୍ଯ୍ୟନ୍ତ ଗୃହରେ କୌଣସି ଆଲୋଚନା ଗୃହରେ ହୋଇପାରିବ ନାହିଁ ବୋଲି ବିରୋଧୀ ଦଳ ସଦସ୍ୟ ଓ କଂଗେସ ବିଧାୟକମାନେ ଗୃହକୁ ଅଚଳ କରିଥିଲେ । ଫଳରେ ଗୃହରେ କୌଣସି କାର୍ଯ୍ୟକ୍ରମ ଅପରାହ୍ନ ୩ଟା ଯାଏ ହୋଇପାରି ନ ଥିଲା । ବିରୋଧୀଙ୍କ ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ । ବିରୋଧୀଙ୍କୁ ଶାନ୍ତ କରିବା ସହ ଗୃହକୁ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଆଣିବା ଲାଗି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ ।

Leave a comment