ଅପରେସନ ଅଜୟ: ଇସ୍ରାଏଲରୁ ତୃତୀୟ ପର୍ୟ୍ୟାୟରେ ଭାରତ ଫେରିଲେ ୧୯୭ଜଣ

0

ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ‘ଅପରେସନ ଅଜୟ’ରେ ଦେଶକୁ ଫେରିଛନ୍ତି ୧୯୭ଭାରତୀୟ । ସ୍ୱତନ୍ତ୍ର ବିମାନ ଯୋଗେ ତେଲ ଅବିବରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ଇସ୍ରାଏଲରେ ରହୁଥିବା ଭାରତୀୟ । ତୃତୀୟ ପର୍ୟ୍ୟାୟରେ ୧୯୭ଜଣ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ଯୁଦ୍ଧଭୂମିରେ ତାଙ୍କର ଅନୁଭୂତି ବଖାଣିଛନ୍ତି ସ୍ୱଦେଶ ଫେରିଥିବା ଭାରତୀୟ । ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମ ଦିନରେ ପହଞ୍ଚି ଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସିରହିଛନ୍ତି ୧୮ହଜାର ଭାରତୀୟ । ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ଅଜୟ’ । ଏପର୍ୟ୍ୟନ୍ତ ତିନୋଟି ପର୍ୟ୍ୟାୟରେ ୬୪୪ଜଣ ନାଗରିକ ଭାରତ ଫେରି ସାରିଲେଣି । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ୪୪୭ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଆଜି ପୁଣି ୧୯୭ ଜଣ ଫେରିଥିବା ବେଳେ ଚତୁର୍ଥ ପର୍ୟ୍ୟାୟରେ ୨୭୪ଜଣ ଭାରତୀୟଙ୍କୁ ନେଇ ପୁଣି ଏକ ସ୍ୱତନ୍ତ୍ର ବିମାନ ତେଲ ଅବିବରୁ ବାହାରିଛି ।

Leave a comment